4ଲକ୍ଷ ମିସକଲ, 37 ଲକ୍ଷ ଏସଏମଏସ

ରିଅଲ ଟାଇମ ପଞ୍ଜିକରଣକୁ ଯାଞ୍ଚ କରୁଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର () କାଳିଆ ଯୋଜନା ପାଇଁ ଚାଷୀଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍କଣ୍ଠାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ନିଜେ ଏହି ଯୋଜନାର କାର୍ଯ୍ୟକାରିତା ଉପରେ ନଜର ରଖୁଛନ୍ତି । ସଚିବାଳୟରେ ରିଅଲ ଟାଇମ ମାନିଟରିଂ ସୁଷ୍ଟମର ଯାଞ୍ଚ କରୁଛନ୍ତି । ଏଥିସହ ବିଭାଗୀୟ ଅଧିକାରୀଙ୍କୁ ଯୁଦ୍ଧକାଳୀନ ଭାବେ ଆବେଦନକାରୀଙ୍କ ଡାଟା ଏଣ୍ଟ୍ରି ଶେଷ କରିବାକୁ ନିର୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, କାଳିଆ ଯୋଜନା ସଂକ୍ରାନ୍ତରେ ଜାଣିବାପାଇଁ ରାଜ୍ୟ ଚାଷୀମାନେ ଇତି ମଧ୍ୟରେ ୪ଲକ୍ଷ ୬୩ ହଜାର ମିସ୍‍କଲ କରିଛନ୍ତି । ଚାଷୀଙ୍କ ଠାରୁ ମିସ୍‍କଲ୍‍ ପାଇବାପରେ କାଳିଆ କଲ୍‍ ସେଣ୍ଟରର କର୍ମଚାରୀମାନେ ସେମାନଙ୍କୁ ଫୋନ୍‍ କରି ଯୋଜନା ସଂକ୍ରାନ୍ତରେ ସୂଚନା ପ୍ରଦାନ କରିଛନ୍ତି ।

ଚାଷୀମାନେ କେବଳ ମିସ୍‍କଲ କରିନାହାନ୍ତି ଯୋଜନା ବାବଦରେ ଅବଗତ ହେବାଲାଗି ୩୭ଲକ୍ଷ ୮୪ହଜାର ଏସ୍‍ଏମ୍‍ଏସ୍‍ ବି ପଠାଇଛନ୍ତି । ଯେଉଁ ଚାଷୀମାନେ ଏସ୍‍ଏମ୍‍ଏସ୍‍ ପଠାଉଛନ୍ତି ସେମାନଙ୍କୁ ମଧ୍ୟ ଯୋଜନା ସଂକ୍ରାନ୍ତରେ ସୁବିସ୍ତୃତ ସୂଚନା ଦିଆଯାଉଛି ।

ଚାଷୀମାନେ କାଳିଆ ଯୋଜନା ସଂକ୍ରାନ୍ତରେ ଜାଣିବାପାଇଁ ମିସ୍‍କଲ୍‍, ଏସ୍‍ଏମ୍‍ଏସ୍‍ ସହିତ ପ୍ରସ୍ତୁତ ହୋଇଥିବା ୱେବସାଇଟ୍‍ ମଧ୍ୟ ଖୋଲୁଛନ୍ତି । ବର୍ତ୍ତମାନ ସୁଦ୍ଧା କାଳିଆ ୱେବସାଇଟ୍‍କୁ ୪୬ ଲକ୍ଷ ୮୯ ହଜାର ଲୋକ ଦେଖିଥିବା ଜଣାଯାଇଛି । ଏଥି ସହିତ କାଳିଆ କଲ୍‍ସେଣ୍ଟରକୁ ଲୋକେ ମଧ୍ୟ ସିଧାସଳଖ ଭାବେ ଫୋନ୍‍କରି ଯୋଜନା ସଂକ୍ରାନ୍ତରେ ବୁଝୁଛନ୍ତି ।

ଇତି ମଧ୍ୟରେ କାଳିଆ ଯୋଜନାର ଅଧିକ ପ୍ରସାର ପ୍ରସାର ଲାଗି ‘କାଳିଆ ରଥ’ ବାହାର କରିବାକୁ ନିଷ୍ପତ୍ତି ହୋଇଛି । ଏଥ ପ୍ରତ୍ୟେକ ପଞ୍ଚାୟତ ପହଞ୍ଚି ଚାଷୀଙ୍କ ସହିତ ସିଧାସଳଖ ଯୋଡିହୋଇ ଯିବ । ଏହି ଯୋଜନାରେ ଆବେଦନ ପାଇଁ ଚାଷୀଙ୍କ ସକାଶେ ଫର୍ମ ଜାରୀ ହୋଇଥିବାବେଳେ ଇତି ମଧ୍ୟରେ ୬୫ଲକ୍ଷରୁ ଅଧିକ ଚାଷୀ ଆବେଦନ କରିଛନ୍ତି । ସରକାରଙ୍କ ନିକଟରେ ପଞ୍ଜିକୃତ ଥିବା ୧୨ଲକ୍ଷ ୪୦ହଜାର ଚାଷୀଙ୍କୁ ଆସନ୍ତା ୨୫ ତାରିଖ ଦିନ ପ୍ରଥମ କିସ୍ତି ବାବଦରେ ୫୦୦୦ ଟଙ୍କା କରି ଦିଆଯିବ । ପରେ ଅନ୍ୟ ଚାଷୀମାନେ ଏହି ଅର୍ଥ ପାଇବେ ।

ଆବେଦନ ହୋଇଥିବ ଫର୍ମ ଗୁଡିକୁ ଅନ୍‍ଲାଇନ୍‍ରେ ଦାଖଲ ପାଇଁ ଏବେ ଜିଲ୍ଲା ସ୍ତରରେ ଜୋରସୋରେ କାର୍ଯ୍ୟ ଚାଲିଛି । ଏପରିକି କାର୍ଯ୍ୟ ତ୍ୱରନ୍ୱିତ ଲାଗି ତିନି ସିଫ୍ଟିରେ ଡାଟାଏଣ୍ଟ୍ରି କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

one × 4 =