୧-୧ରେ ଫ୍ରାନ୍ସ – ସ୍ପେନ ମ୍ୟାଚ ଡ୍ର

କଳିଙ୍ଗ ଷ୍ଟାଡିୟମଠାରେ ଚାଲିଥିବା ବିଶ୍ୱ କପ ହକି ଆଜି ଫ୍ରାନ୍ସ –ସ୍ପେନ ତୀବ୍ର ପ୍ରତିଦ୍ୱ ହୋଇଥିଲା । ଏହି ମ୍ୟାଚ ୧-୧ ସହିତ ସମାପ୍ତ ହୋଇଥିଲା । ଫ୍ରାନ୍ସକୁ ଦମଦାର ଜବାବ ଦେଇଥିଲା ସ୍ପେନ । ଫ୍ରାନ୍ସ ପକ୍ଷରୁ ପ୍ରଥମେ ଗୋଲ ଦିଆଯାଇଥିଲା, ତେବେ ସ୍ପେନ ପକ୍ଷରୁ ଏକ ଗୋଲ ଦିଆଯାଇ ସ୍କୋରକୁ ସମାନ କରାଯାଇଥିଲା । ମ୍ୟାଚ ଆରମ୍ଭ ହେବାର ୬ ମିନିଟ ପରେ ଫ୍ରାନ୍ସ ତରଫରୁ ତିମୋଥି କ୍ଲେମେଣ୍ଟ ପ୍ରଥମ ଗୋଲ ଦେଥିବାବେଳେ ୪୮ ତମ ମିନିଟରେ ସ୍ପେନ ତରଫରୁ ଆରଭାରୋ ଇଗ୍ଲେସିସ ଗୋଲ ଦେଇ ସ୍ଥିତିକୁ ବରାବର କରିଥିଲେ । ମ୍ୟାଚର ପ୍ରଥମ ଭାଗ ଶେଷ ସୁଦ୍ଧା ସ୍ଥିତି ୧-୧ରେ ରହିଥିଲା । ୨ୟ ଭାଗରେ ଉଭୟ ପକ୍ଷରୁ ଘନ ଘନ ଆକ୍ରମଣ କରାଯିବା ସତ୍ତ୍ୱେ କୌଣସି ଦଳ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ ।

Share

Leave a Reply

Your email address will not be published. Required fields are marked *

20 + 5 =