ହୀରାକୁଦ ନିଷ୍କାସନ ପରେ ଫୁଲିଲାଣି ମହାନଦୀ

କଟକ() ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ହୀରାକୁଦ ଜଳଭଣ୍ଡାରରୁ ଛଡ଼ାଯାଇଛି। ପ୍ରଥମ ବନ୍ୟା ଜଳ ଦେଖିବା ପାଇଁ ହୀରାକୁଦ ଡ୍ୟାମରେ ଲୋକଙ୍କ ଭିଡ ଜମିଛି । ଦିନ ୧୧ ଟାରେ ୭ ନମ୍ବର ସ୍ଲୁଇସ୍ ଗେଟରୁ ବାହାରିଥିଲା ବନ୍ୟାଜଳ। ୨ ଘଣ୍ଟା ଧରି ଜଳ ନିଷ୍କାସନ ପରେ ଗେଟ୍ ବନ୍ଦ କରିଦିଆଯାଇଛି । ପରେ ଜଳ ପରିମାରଣକୁ ଦେଖି କେବେ ଏବଂ କେତୋଟି ଗେଟ୍ ଖୋଲାଯିବ ସେ ନେଇ ନିଷ୍ପତ୍ତି ନିଆଯିବ । ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ହୋଇଥିବା ବେଳେ ଅପରାହ୍ନ ୪ ଟା ସୁଦ୍ଧା ଜଳସ୍ତର ଥିଲା ୬୧୯.୧୨ ଫୁଟ।

ନିଷ୍କାସନ ପରେ ମହାନଦୀ ଅବବାହିକାରେ ବନ୍ୟା ଆଶଙ୍କା ବଢିଯାଇଛି । ମହାନଦୀରେ ୧୦ ଲକ୍ଷ କ୍ୟୁସେକରୁ ଅଧିକ ପାଣି ପ୍ରବାହିତ ହେଉଥିବାରୁ କଟକ, ଜଗତସିଂହପୁର, ପୁରୀ, ନୟାଗଡ଼, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାକୁ ଆଲର୍ଟ କରାଯାଇଛି । ନରାଜ ଏବଂ ଜତସିଂହପୁର ଦେବୀ ନଦୀର ଆଲିପିଙ୍ଗଳ ଠାରେ ବନ୍ୟା ଜଳ ବିପଦ ସଂକେତ ଟପିବା ଆଶଙ୍କା କରାଯାଇଛି ।

Share

Leave a Reply

Your email address will not be published. Required fields are marked *

18 − 1 =