ନୂଆ ୭୩ଜଣ ଆକ୍ରାନ୍ତଙ୍କ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର() ରାଜ୍ୟରେ ଆଜି ନୂଆ ୭୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ସରକାର । ଗଞ୍ଜାମରେ ଚିହ୍ନଟ ହୋଇଥିବା ୪୨ଆକ୍ରାନ୍ତ ସୁରତ ଫେରନ୍ତା ଏବଂ ସମସ୍ତେ କ୍ୱାରେଣ୍ଟିନରେ ଥିଲେ । ଭଦ୍ରକର ୯ଆକ୍ରାନ୍ତଙ୍କ ମଧ୍ୟରୁ ୫ଜଣ ସୁରତ ଫେରନ୍ତା, ୩ଜଣ ପଶ୍ଚିମବଙ୍ଗ ଫେରନ୍ତା ଓ ଜଣେ କର୍ଣ୍ଣାଟକ ଫେରନ୍ତା ବୋଲି ଜଣାପଡ଼ିଛି । ସେହିପରି ଭଦ୍ରକର ସମସ୍ତ ୯ଆକ୍ରାନ୍ତ କ୍ୱାରେଣ୍ଟିନ ସେଣ୍ଟରରେ ଥିଲେ । ଯାଜପୁରରରେ ଚିହ୍ନଟ ହୋଇଥିବା ୧୭ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ଓ ସେମାନେ ମଧ୍ୟ କ୍ୱାରେଣ୍ଟିନରେ ଥିଲେ । ସୁନ୍ଦରଗଡ଼ର ୨ଜଣ ଆକ୍ରାନ୍ତ କଣ୍ଟେନମେଣ୍ଟ ଅଞ୍ଚଳର ଓ ଖୋର୍ଦ୍ଧାର ୩ଆକ୍ରାନ୍ତ ସୁରତ ଫେରନ୍ତା ଏବଂ ସେମାନେ ମଧ୍ୟ କ୍ୱାରେଣ୍ଟିନରେ ଥିବା ନେଇ ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

fourteen + 19 =