ଦେଶକୁ ଗଣତନ୍ତ୍ରର ପ୍ରକୃତ ଅର୍ଥ ବୁଝାଇଲେ ନବୀନ

  • ଶାସକ ଓ ଶାସିତଙ୍କ ମଧ୍ୟରେ ବିଭାଜନ ବ୍ରିଟିଶ ପରମ୍ପରା
  • ନିର୍ବାଚିତ ସରକାରରେ ଜନତା ହିଁ ପ୍ରଶାସନର ଅଂଶବିଶେଷ
  • ନାଲିବତି, ଆନୁଷ୍ଠାନିକ ପ୍ୟାରେଡ, ସମ୍ମାନଜନକ ଉପାଧୀ, ହାକିମ ଦେଖାଇଲା ଭଳି ସରକାରୀ କୋଠା ବ୍ରିଟିଶ ପରମ୍ପରାର ଉତ୍ତରାଧିକାରୀ

ଭୁବନେଶ୍ବର () ଗଣତନ୍ତ୍ରର ପରିଭାଷା ହେଲା ଲୋକ କୈନ୍ଦ୍ରୀକ ଶାସନ । ଆଉ ଏହି ଦିଗରେ ଏବେ ରାଜ୍ୟ ସରକାର ଆଗଉଛନ୍ତି । ଯାହାକୁ ପ୍ରକୃତରେ ପରିବର୍ତ୍ତନର ବୋଲି କୁହାଯାଇପାରିବ । ଏହି କ୍ରମରେ ବିଗତ କିଛି ବର୍ଷ ମଧ୍ୟରେ ରାଜ୍ୟ ସରକାର ଅନେକ ଗୁଡିଏ ପରିବର୍ତ୍ତନର ନୂଆ ଧାରା ସୃଷ୍ଟି କରିଥିବା ବେଳେ ଆଜି ବ୍ରିଟିଶ ଶାସନର ଆଉ ଏକ ସାମ୍ରାଜ୍ୟବାଦ ପରମ୍ପରାର ଉଚ୍ଛେଦ କରିଛନ୍ତି । ଆଜିଠାରୁ ଗାର୍ଡ ଅଫ ଅନର ଓ ହାଉସ ଗାର୍ଡ ଭଳି ଆଡମ୍ବରପୂର୍ଣ୍ଣ ବିଧିସମ୍ମତ ପରମ୍ପରାର ଉଚ୍ଛେଦ ହୋଇଛି ।

ଯେତେବେଳେ ବ୍ରିଟିଶ ସରକାର ଭାରତରେ ସେମାନଙ୍କ ଆଧିପତ୍ୟ ଆରମ୍ଭ କରିଥିଲେ, ସେ ସମୟରେ ସେମାନେ କିଛି ନିୟନ୍ତ୍ରଣ ଆଣିବାକୁ ଚାହିଁଥିଲେ । ସେମାନଙ୍କ ପାଇଁ ନିୟନ୍ତ୍ରଣ ଜରୁରୀ ଥିଲା କାରଣ ସେମାନେ ଏକ ବିଦେଶୀ ରାଷ୍ଟ୍ରକୁ ରାଜୁତି କରିବାକୁ ଚାହୁଁଥିଲେ । ଯେଉଁ ସରକାରକୁ ଜନାଦେଶ ମିଳିନଥାଏ ସେ ସରକାର ଅଧିକାର ଜାହିର କରିବାର ସଙ୍କେତ ଭାବେ ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ପାଇଁ କିଛି ନିୟନ୍ତ୍ରଣ କାର୍ଯ୍ୟକାରୀ କରିଥାନ୍ତି ।

ଯେତେବେଳ ଆଧୁନିକ ଗଣତନ୍ତ୍ରର ଜନ୍ମ ହେଲା, ସେତେବେଳେ ଏମିତି କିଛି ପୋଲିସ ରାଜ୍ୟର ସଙ୍କେତ ଛାଡି ଯାଇଛି ଯେଉଁଠି ଶାସକ ଓ ଶାସିତଙ୍କ ମଧ୍ୟରେ ପାର୍ଥକ୍ୟର ଏକ ସୁସ୍ପଷ୍ଟ ବିଭାଜନ ସୃଷ୍ଟି ହୋଇଛି । ନାଲିବତି, ଆନୁଷ୍ଠାନିକ ପ୍ୟାରେଡ, ସମ୍ମାନ ଜ୍ଞାପନ କରୁଥିବା ଉପାଧୀ, ହାକିମ ଦେଖାଇଲା ଭଳି ସରକାରୀ କୋଠା ସବୁକିଛି ସେହି ବ୍ରିଟିଶ ପରମ୍ପରାର ଉତ୍ତରାଧିକାରୀ ।

ଲୋକ କୈନ୍ଦ୍ରିକ ସରକାର, ଯାହାକି ଗଣତନ୍ତ୍ରର ମୂଳ ମନ୍ତ୍ର ତାହା ଜନତାଙ୍କୁ ପ୍ରଶାସନର ଏକ ଅଂଶ ଭାବେ ବିବେଚନା କରିଥାଏ । ଜନତା ସରକାରଙ୍କ ଦ୍ବାରା ଶାସିତ ହେବା ଗଣତନ୍ତ୍ର ନୁହେଁ । ଜନତାଙ୍କୁ ଶାସନ କରିବାକୁ ହିଁ ଗଣତନ୍ତ୍ର ବୋଲି କିଛି ଭାବୁଥିବାରୁ ଏବେ ବିଶ୍ବର ଅନେକ ଗଣତାନ୍ତ୍ରିକ ରାଷ୍ଟ୍ରରେ ସରକାର ଓ ଲୋକଙ୍କ ମଧ୍ୟରେ ବିଭାଜନ ସୃଷ୍ଟି ହୋଇଛି । ଲୋକେ ହିଁ ପ୍ରକୃତ ସରକାର । ଓଡିଶା ଏହି ପରିବର୍ତ୍ତନ ପାଇଁ ଗତ କିଛି ଦିନ ହେଲା ଚେଷ୍ଟା କରୁଛି । ସଚିବାଳୟକୁ ଲୋକ ସେବା ଭବନ ଭାବେ ନାମିତ କରାଯିବା ଏକ ଛୋଟ ନିଷ୍ପତ୍ତି ବୋଲି ଚିନ୍ତା କରାଯାଉଥିଲେ ବି ଏହାର ମୂଲ୍ୟବୋଧ ଅନେକ ଗଭୀର ।

ସ୍ବାଧୀନତା ଦିବସରେ କଷ୍ଠକର ପ୍ୟାରେଡ ବଦଳରେ ସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ହିଁ ପ୍ରକୃତ ପରିବର୍ତ୍ତନ । ସରକାରୀ ଅଫିସର ଓ ନେତାଙ୍କୁ ଗାର୍ଡ ଅଫର ପ୍ରଦାନ ଅତିତର ଏକ ସ୍ମୃତିଚିହ୍ନ । ଏହା କେବଳ ଏକ ଆନୁଷ୍ଠାନିକ ପରମ୍ପରା । ଏହି ପରମ୍ପରାକୁ ଆଜି ଉଚ୍ଛେଦ କରାଯାଇଛି । ସେହିଭଳି ପୂର୍ବରୁ ମାନ୍ୟବର ସମସ୍ତଙ୍କ କ୍ଷେତ୍ରରେ ଲାଗୁ ହେଉଥିବା ବେଳେ ଏବେ କେବଳ ସ୍ବାଧୀନତା ସଂଗ୍ରାମୀଙ୍କୁ ହିଁ ମାନ୍ୟବର ବୋଲି ସମ୍ବୋଧନ କରାଯିବ ।

ବିଗତ ଦିନର କ୍ଷମତାର ଚିହ୍ନ ସ୍ବରୂପ ବ୍ୟବହାର କରାଯାଉଥିବା ପରମ୍ପରାକୁ ଭାଙ୍ଗି ଧିରେ ଧିରେ ଲୋକ କୈନ୍ଦ୍ରୀକ ପ୍ରଶାସନ ଆଡେ ଆଗଉଛି ଓଡିଶା । ଏହା ସମ୍ଭବ ହୋଇଛି କେବଳ ଗତ 20 ବର୍ଷ ଧରି ନବୀନ ପଟ୍ଟନାୟକଙ୍କୁ ଲୋକେ ନିର୍ବାଚିତ କରି ସରକାର ଗଠନ କରୁଛନ୍ତି । ଲୋକ ଦେଖାଣିଆ ମହତ୍ତ୍ବ ଓ ଆଡମ୍ବରକୁ ଜଣେ ଚିନ୍ତାଶୀଳ ବ୍ୟକ୍ତି ଭାବେ ନବୀନ ପ୍ରତ୍ୟାକ୍ଷାନ କରି ଲୋକଙ୍କ ପ୍ରତି ଥିବା ତାଙ୍କ ପ୍ରତିବଦ୍ଧତାକୁ ପ୍ରମାଣିତ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

19 − 6 =