ଯୁଦ୍ଧ ପାଇଁ ଧମକ ଦେଲା ପାକିସ୍ତାନ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଭାରତକୁ ଯୁଦ୍ଧ ଧମକ ଦେଇଛନ୍ତି। ପାକ ଅଧିକୃତ କଶ୍ମୀର ବା ପିଓକରେ ଅନୁଷ୍ଠିତ ଏକ ସଭାରେ ଉଦ୍ବୋଧନ ଦେଇ ଇମ୍ରାନ୍ କହିଛନ୍ତି, “କଶ୍ମୀରର ସ୍ୱାଧୀନତା ପାଇଁ ଆମ ଦେଶର ଲୋକମାନେ ଲଢ଼େଇ କରିବାକୁ ଏବେଠାରୁ ପ୍ରସ୍ତୁତ ହୋଇସାରିଲେଣି। ବର୍ତ୍ତମାନ ଭାରତ ସରକାର ଜମ୍ମୁ-କଶ୍ମୀରରେ ଯେଉଁ ସବୁ ପଦକ୍ଷେପ ଗ୍ରହଣ କରୁଛନ୍ତି, ତାହା ଏକ ବିପଦଜ୍ଜନକ ସ୍ଥିତି ସୃଷ୍ଟି କରିଛି।

ଇମ୍ରାନ ଆହୁରି କହିଛନ୍ତି ନରେନ୍ଦ୍ର ମୋଦି ତାଙ୍କର ଶେଷ କାର୍ଡ ଖେଳିଛନ୍ତି। ହେଲେ ଏହାର ପରିଣାମ ଭୟଙ୍କର ହେବ ବୋଲି ଭାରତ ସରକାର ଭୁଲିଯିବା ଉଚିତ ନୁହେଁ। କଶ୍ମୀର ବିଶ୍ୱ ସମୂଦାୟର ରାଡାର ମଧ୍ୟରେ ନାହିଁ। କିନ୍ତୁ ପାକିସ୍ତାନ କଶ୍ମୀରରେ ଘଟୁଥିବା ଘଟଣାକୁ ଦେଖି ଆଖି ବନ୍ଦ କରିପାରିବ ନାହିଁ। ଆମକୁ କଶ୍ମୀର ପ୍ରସଙ୍ଗ ବିଶ୍ୱବାସୀଙ୍କ ପାଖରେ ପହଞ୍ଚାଇବାକୁ ପଡ଼ିବ। ମୁଁ କଶ୍ମୀରର ରାଷ୍ଟ୍ରଦୂତ ହେବାକୁ ରାଜି ଅଛି। ମୁଁ ରାଷ୍ଟ୍ରଦୂତ ହୋଇ କଶ୍ମୀରରେ ଚାଲିଥିବା ନରସଂହାର ଓ ମାନବାଧିକାରର ହନନ ଘଟଣାକୁ ବିଶ୍ୱର ସମସ୍ତ ପ୍ଲାଟଫର୍ମରେ ଉଠାଇବି। କଶ୍ମୀରର ବିକାଶ ହେବା ଦରକାର।କଶ୍ମୀରବାସୀ ନ୍ୟାୟ ପାଇବା ଉଚିତ। ଆମେ ଏକଥା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଜଣାଇଛୁ।

Share

Leave a Reply

Your email address will not be published. Required fields are marked *

three × 1 =