ପ୍ରେମ ପାଇଁ ପାକିସ୍ତାନରେ ପଶିଥିଲେ

ପ୍ରେମ ପାଇଁ ପାକିସ୍ତାନରେ ବେଆଇନ ଭାବେ ପଶିଯାଇ ୬ବର୍ଷକାଳ ସଜ୍ଜା ଭୋଗିବା ପରେ ଶେଷରେ ଫେରିଛନ୍ତି ଭାରତୀୟ ବଂଶୋଦ୍ଭବ ହମିଦ ଅନସାରୀ । କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ହସ୍ତକ୍ଷେପ ଫଳରେ ଶ୍ରୀ ଅନସାରୀ ଭାରତକୁ ଫେରିବା ସମ୍ଭବ ହୋଇଛି । ୨୦୧୨ରେ ହମିଦ ଗିରଫ ହୋଇ ଜେଲରେ ଥିଲେ ମୁମ୍ବାଇ ବାସିନ୍ଦା ହମିଦ ନିହାଲ ଅନସାରୀ । ଡିସେମ୍ବର ୧୫ରେ ହମିଦଙ୍କ ଦଣ୍ଡାଦେଶ ଶେଷ ହୋଇଥିଲା । ହେଲେ ସରକାରୀ କାଗଜପତ୍ର ପ୍ରସ୍ତୁତ ହୋଇନଥିବାରୁ ସେ ଭାରତକୁ ଫେରିପାରିନଥିଲେ । ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ହସ୍ତକ୍ଷେପ ପରେ ୬ବର୍ଷ ହମିଦଙ୍କ ଘରବାହୁଡା ହେଉଛି । ନଭେମ୍ବର ୨୦୧୨ରେ କାବୁଲରେ ଚାକିରୀ ହୋଇଯାଇଛି କହି ହମିଦ ଘରୁ ବାହାରି ପଡ଼ିଥିଲେ । ଅନଲାଇନ ଜରିଆରେ ଜଣେ ପାକିସ୍ତାନୀ ଯୁବତୀଙ୍କ ସହ ସମ୍ପର୍କ ଗଢି ଉଠିଥିଲା । ଏବଂ ସମ୍ପୃକ୍ତ ଯୁବତୀ ଜଣଙ୍କୁ ବିବାହ କରିବା ପାଇଁ ରୋକିବାରୁ ତାଙ୍କୁ ଭଟିବା ପାଇଁ ପାକିସ୍ତାନୀରେ ପହଂଚି ଥିଲେ ହମିଦ । ହେଲେ ସେଠାରେ ନକଲି ପରିଚୟ ପତ୍ର ନେଇ ପାକିସ୍ତାନରେ ଅବୈଧ ପ୍ରବେଶ କରିବା ତାଙ୍କୁ ମହଙ୍ଗା ପଡ଼ି ଯାଇଥିଲା ।
ଗୁଇନ୍ଦା ସନ୍ଦେହରେ ୩୩ବର୍ଷୀୟ ହମିଦ୍ଙ୍କୁ ଗିରଫ କରିଥିଲା ପାକିସ୍ତାନୀ ସେନା । ୨୦୧୫ରେ ନକଲି ପାକିସ୍ତାନୀ ପରିଚୟ ରଖିବା ମାମଲାରେ ସୈନିକ ଅଦାଲତ ତାଙ୍କୁ ୩ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ସେପଟେ ତଦନ୍ତରୁ ଜଣାପଡ଼ିଥିଲା ନକଲି ପରିଚୟ ପତ୍ର ତାଙ୍କୁ ପାକିସ୍ତାନୀ ଯୁବତୀ ହିଁ ଦେଇଥିଲେ । ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ହସ୍ତକ୍ଷେପ ପରେ ହମିଦ ଅନସାରୀ ନିଜ ପରିବାରକୁ ଫେରିଛନ୍ତି ।

Share

Leave a Reply

Your email address will not be published. Required fields are marked *

7 − seven =