ବାଲିଯାତ୍ରାରେ ସଜେଇ ହେଉଛି ସ୍ବତନ୍ତ୍ର ସେଲ୍‌ଫି ପଏଣ୍ଟ

କଟକ()  ଚଳିତ ବର୍ଷ କଟକ ବାଲିଯାତ୍ରାକୁ ଅଭୁଲା କରି ରଖିବା ପାଇଁ କଟକ ଜିଲ୍ଲା ପ୍ରଶାସନ ଅନେକ ପଦକ୍ଷେପ ନେବା ଆରମ୍ଭ କରିଛି । ଏଥର କଟକ ଜିଲ୍ଲା ପ୍ରଶାସନ ସେଲଫି ଲଭର୍ସଙ୍କ ପାଇଁ ପ୍ରସ୍ତୁତ କରୁଛନ୍ତି ସ୍ବତନ୍ତ୍ର ସେଲଫି ପଏଣ୍ଟ । ଫନି ବାତ୍ୟାରେ ବାଲିଯାତ୍ରା ପଡିଆରେ ଭାଙ୍ଗି ପଡିଥିବା ଗଛ ଗୁଡିକର ଗଣ୍ଡି ଗୁଡିକରୁ ବିଭିନ୍ନ ଡିଜାଇନ୍ ପ୍ରସ୍ତୁତ କରି ନଦୀ କୂଳରେ ଥିବା ମୁଣ୍ଡା ବସ୍ତି ପାଖରେ ରଖାଯିବ । ସମ୍ପୃକ୍ତ ସ୍ଥାନକୁ ସୁନ୍ଦର ଭାବେ ସଜାଯାଇ, ସେଲଫି ପଏଣ୍ଟ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ସେଲଫି ପଏଣ୍ଟ ପ୍ରସ୍ତୁତ କରିବା ପାଇଁ ବାଲିଯାତ୍ରା ପଡିଆରେ ପଡି ରହିଥିବା ଗଛ ଗୁଡିକୁ ଏବେ ଅଗ୍ନିଶମ ବିଭାଗ ପକ୍ଷରୁ କଟାଯାଉଛି । ଆଉ ଦିନେ ଦୁଇ ଦିନ ଭିତରେ ଏହି ଗଛଗୁଡିକର ଗଡକୁ ନେଇ ଏକ ସୁନ୍ଦର ଡିଜାଇନ୍ ପ୍ରସ୍ତୁତ କରାଯିବ ।

Share

Leave a Reply

Your email address will not be published. Required fields are marked *

5 × 4 =