ଟିଏମସିରେ ଯୋଗ ଦେବେ ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ

କୋଲକାତା: ପଶ୍ଚିମବଙ୍ଗରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଦିଦିଙ୍କ କ୍ରେଜ୍ । ନିକଟରେ ଯାଇଥିବା ସାଧାରଣ ନିର୍ବାଚନରେ ବିଜେପିକୁ ବିପୁଳ ସଂଖ୍ୟାରେ ହରାଇଥିବା ଟିଏମସି ଧିରେ ଧିରେ ଅଧିକ ଶକ୍ତିଶାଳୀ ହେବାକୁ ବସିଲାଣି । ବିରୋଧୀ ଶିବିର ଛାଡ଼ି ଟିଏମସିକୁ ବହୁ ନେତା ପ୍ରତ୍ୟାବର୍ତ୍ତନ କରୁଥିବା ଦେଖିବାକୁ ମିଳିଛି । ଏଭଳି ସ୍ଥଳେ ଆଜି ଟିଏମସିରେ ଯୋଗ ଦେଇପାରନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ । ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ପ୍ରଂଶସା କରିଥିବା ଦେଖିବାକୁ ମିଳୁଛି । ଟିକାକରଣକୁ ନେଇ ବିଜେପି ଶାସକ ଦଳକୁ ଘେରିଥିବା ବେଳେ ଅଭିଜିତ ଟିଏମସିକୁ ସମର୍ଥନ କରିଥିଲେ । ତେବେ ଜାତୀୟ ଗଣମାଧ୍ୟମର ଖବର ମୁତାବକ ଆଜି ଅପରାହ୍ନ ୪ଟାରେ ଟିଏମସିରେ ସାମିଲ ହୋଇପାରନ୍ତି ଅଭିଜିତ ।

Share

Leave a Reply

Your email address will not be published. Required fields are marked *

two × five =