ରାଜ୍ୟସ୍ତରୀୟ ଗୋ-ସମ୍ବର୍ଦ୍ଧନା ସପ୍ତାହ ଉଦଯାପନ ସମରୋହ

ଜଗତସିଂପୁର() ଆଜି ରାଜ୍ୟସ୍ତରୀୟ ଗୋ-ସମ୍ବର୍ଦ୍ଧନା ସପ୍ତାହ ଉଦଯାପନ ସମରୋହ ଅନୁÂିତ ହୋଇଥିଲା । ଜଗତସିଂପୁର ଠାରେ କୃଷିମନ୍ତ୍ରୀ ଅରୁଣ କୁମାର ସାହୁ ଏହି ସମାରେହରେ ଯୋଗଦେଇ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ଗୋପାଳନରେ କିଭଳି ଆୟ ବୃଦ୍ଧି ହେବ ସେନେଇ ବିସ୍ତୃତ ଭାବରେ ଆଲୋକପାତ କରି ଜିଲ୍ଲାର ସଫଳ ଗୋପାଳକ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଏଥିସହ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ସୋମବାର ଅପରାହ୍ନରେ ଜିଲ୍ଲା କୃଷି, ପଶୁସମ୍ପଦ, ମସô୍ୟ ଓ ଉଦ୍ୟାନକୃଷି ବିଭାଗର କାର୍ଯ୍ୟ ସମ୍ପର୍କରେ ମନ୍ତ୍ରୀ ସମୀକ୍ଷା କରିଛନ୍ତି । ପ୍ରତ୍ୟେକ ବିଭାଗର ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରୀମାନଙ୍କୁ କେନ୍ଦ୍ରାପଡା ଜିଲ୍ଲାର କୃଷକମାନଙ୍କ ଉନ୍ନତି ନିମନ୍ତେ କି କି ପଦକ୍ଷେପ ନିଆଯାଇଛି ଏବଂ ସେ ସମ୍ପର୍କୀତ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ମଧ୍ୟ ବିଭାଗର କୈାଣସି ଅଧିକାରୀ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ।

ମନ୍ତ୍ରୀ ଶ୍ରୀ ସାହୁ କୃଷି ବିଭାଗର ଉପନିଦେ୍ର୍ଧଶକଙ୍କୁ ଜିଲ୍ଲାରେ କେତେ ପରିମାଣର ମୁଗର ଆବଶ୍ୟକତା ରହିଛି, କେତେ ଉପôାଦନ ହେଉଛି ଓ ଜିଲ୍ଲା ବାହାରୁ କେତେ ଆସୁଛି ବୋଲି ପ୍ରଶ୍ନ କରିଥିଲେ? କିନ୍ତୁ ସେ ସମ୍ପର୍କରେ କୈାଣସି ଉତ୍ତର ମିଳିପାରିନଥିଲା । କେଉଁ ବିହନର କେଉଁ କେଉଁ ବ୍ଲକରେ କେତେ ଚାହିଦା ରହିଛି ଓ ବ୍ଲକ ୱାରି କେତେ ବିହନ ବ୍ୟବହାର ହେଉଛି ବୋଲି ପ୍ରଶ୍ନ କରିଥିଲେ କିନ୍ତୁ କୈାଣସି ଉତ୍ତର ମିଳିନଥିଲା । ସେହିପରି ଆତ୍ମାର ସହକାରୀ ପ୍ରକଳ୍ଲ ନିର୍ଦେଶକଙ୍କୁ ଆତ୍ମାର କାର୍ଯ୍ୟକ୍ରମ ସମ୍ପର୍କରେ ମନ୍ତ୍ରୀ କେତେଥର ବୈଠକ ହୋଇଛି ଓ ଆକ୍ସନ ପ୍ଲାନ କ’ଣ ପ୍ରସ୍ତୁତ ହୋଇଛି,ଜିଲ୍ଲା ସ୍ତରୀୟ ବୈଠକ କେତେ ଥର ହୋଇଛି ଏବଂ କଣ ପ୍ଲାନିଂ କରାଯାଇଛି ମାସକୁ ଛତୁ କେତେ ଉପôାଦନ ହେଉଛି, ଫୁଲଚାଷ ସମ୍ପର୍କରେ କଣ ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନ କରିଥିଲେ, କିନ୍ତୁ କୈାଣସି ଉତ୍ତର ମିଳିନଥିଲା ।

ଜିଲ୍ଲାରେ କେତେ ଛତୁ ଚାଷ ହେଉଛି ବୋଲି ପ୍ରଶ୍ନ କରିବାରେ ସହକାରୀ ଉଦ୍ୟାନକୃଷି ନିର୍ଦେଶକ କନ୍ଦ ଜେନା କହିଥିଲେ ଯେ ବର୍ଷକୁ ଏକଶହ କ୍ୱିଂଟାଲ ହେଉଛି ଯାହା ସଠିକ ଉତ୍ତର ନଥିଲା ବୋଲି ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ । ସେହିପରି ପଶୁସମ୍ପଦ ବିଭାଗର ବିଭିନ୍ନ ବ୍ଲକ ୱାରି ତଥ୍ୟ ଜାଣିବାକୁ ଚାହିଁିବାରେ ସେପରି କୈାଣସି ସନ୍ତୋଷ ଜନକ ତଥ୍ୟ ମିଳିନଥିଲା । କୃଷି ବିଭାଗରେ ବେକାରୀ ଯୁବକଙ୍କୁ ଆତ୍ମ ନିଯୁକ୍ତି ନିମନ୍ତେ ବ୍ୟାଙ୍କ ଋଣ ଦେବାରେ ଅବହେଳା କରୁଛି କି ବୋଲି ମନ୍ତ୍ରୀ ପ୍ରଶ୍ନ କରିଥିଲେ । ଏଥିରେ ଜିଲ୍ଲା ମସô୍ୟ ଅଧିକାରୀ ସୂଚନା ଦେଇଥିଲେ ଯେ ପଟ୍ଟାମୁଣ୍ଡାଇ ଏସ.ବି.ଆଇ.କୁ ଋଣ ପ୍ରଦାନ ନିମନ୍ତେ ଦରଖାସ୍ତ ମସô୍ୟ ବିଭାଗ ପକ୍ଷରୁ ପଠାଯାଇଥିବା ବେଳେ ପରିଚାଳକ କହୁଛନ୍ତି ଯେ ବ୍ୟାଙ୍କ ହିତାଧିକାରୀ ଚିହ୍ନଟ କରିବ ବୋଲି କହୁଛି । ମନ୍ତ୍ରୀ କହିଥିଲେ ଏ ସମ୍ପର୍କରେ ବିଭାଗୀୟ ନିର୍ଦେସକଙ୍କୁ ଜଣାଇଲେ ପଦକ୍ଷେପ ନିଆଯିବ । ଏଥିସହିତ ମନ୍ତ୍ରୀ ଶ୍ରୀ ସାହୁ ଜିଲ୍ଲାର କୃଷକମାନଙ୍କ ଆର୍ଥିକ ଅଗ୍ରଗତି ନିମନ୍ତେ ନିÂାର ସହିତ କାର୍ଯ୍ୟ କରିବାକୁ ଏବଂ ଆପଣମାନେ ସର୍ଭିସ କରୁଛନ୍ତି ଜବ କରୁଛନ୍ତି ବୋଲି ଭାବନ୍ତୁ ନାହିଁ ବୋଲି ଉପସ୍ତିତ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ରାଜନଗର ବିଧାୟକ ଧ୍ରୁବ ସାହୁ, ମସô୍ୟ ବିଭାଗ ନିଦେ୍ର୍ଧଶକ ଥିରୁମାଲା ନାୟକ, ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ, ଜିଲ୍ଲାପରିଷଦ ସଭାପତି ମାନସ କୁମାର ପରିଡା, କୃଷି, ଉଦ୍ୟାନକୃଷି, ପଶୁସମ୍ପଦ, ମୃତିକା ସଂରକ୍ଷଣ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

sixteen − 8 =