ଜଳିଗଲା ୧୨୦ ବଖରା ଘର

ଆଖି ଆଗରେ ଭସ୍ମୀଭୂତ ହୋଇଗଲା ପୂରା ଜୀବନର ଜମାପୁଞ୍ଜି । ଏଭଳି ଏକ ଦୁଃଖଦ ଖବର ଅନୁଗୁଳ ଜିଲ୍ଲାରୁ ଆସିଛି । ଗ୍ୟାସ ଟାଙ୍କି ବିସ୍ଫୋରଣ ଘଟିବାରୁ ଶୁକ୍ରବାର ୧୨୦ଟି ବଖରା ଭସ୍ମୀଭୂତ ହୋଇଯାଇଛି। ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଆମ୍ବସରମୁଣ୍ଡା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ଅଗ୍ନିକାଣ୍ଡରେ ୧୨୦ ବଖରା ଜଳି ଯାଇଥିବାରୁ ଗ୍ରାମର ୫୦ଟି ପରିବାର ବାସହୀନ ହୋଇଯାଇଛନ୍ତି।

ରିପୋର୍ଟ ଅନୁସାରେ ଆଜି ମଧ୍ୟାହ୍ଣ ୧୨ଟାରେ ଛବି ପ୍ରଧାନଙ୍କ ଘରୁ ଅଗ୍ନିକାଣ୍ଡ ଆରମ୍ଭ ହୋଇଥିଲା। ରୋଷେଇ ଘର ଠାରୁ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟଣା ଘଟିବା ପରେ ଏକ ଗ୍ୟାସ ଟାଙ୍କି ବିସ୍ଫୋରଣ ଘଟିବା ପରେ ଅଳ୍ପ ସମୟ ମଧ୍ୟରେ ଗାଁର ଅଧିକାଂଶ ଅଚଂଳକୁ ବ୍ୟାପି ଯାଇଥିଲା।

ପରେ ଆଠମଲ୍ଲିକରୁ ଦମକଳ ବାହିନୀର ୨ଟି ଗାଡି ପହଂଚି ନିଆଁ ଲିଭାଇଥିଲେ। କର୍ମଚାରୀମାନେ ପ୍ରାୟ ସାଢ଼େ ୬ ଘଣ୍ଟା ପର୍ୟ୍ୟନ୍ତ ଉଦ୍ୟମ କରି ନିଆଁକୁ ଆୟତ୍ତ କରିପାରିଥିଲେ।

Share

Leave a Reply

Your email address will not be published. Required fields are marked *

seventeen − 1 =