ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ()   ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ରତ୍ନବେଦୀକୁ ବାହୁଡିବା ପୂର୍ବରୁ ଆଜି ଏକାଦଶୀରେ ବଡଦିଅଁ ବଡଦାଣ୍ଡରେ ରଥ ଉପରେ ସୁନାବେଶରେ ଦର୍ଶନ ଦେଉଛନ୍ତି । ରାଜ୍ୟ ତଥା ଦେଶ ବାହାରୁ ଲକ୍ଷାଧିକ ଭକ୍ତଙ୍କ ସମାଙ୍ଗମ ହୋଇଛି । ୨ ଶହ କେଜି ସୁନାରେ ସଜେଇ ହୋଇଥିବା ଭଗବାନଙ୍କୁ ଦେଖିବାକୁ ଶ୍ରୀମନ୍ଦିର ଆଗରେ ଲାଗିଛି ଭକ୍ତଙ୍କ ଭିଡ । କୁହାଯାଏ ସୁନାବେଶରେ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁକ୍ତି ମିଳେ ବୋଲି ।

ମହାପ୍ରଭୁଙ୍କୁ ଅଧରପଣା ଲାଗି ହେବା ପୂର୍ବରୁ ମହାପ୍ରଭୂଙ୍କ ଦୁଲର୍ଭ ସୁନାବେଶ ନୀତି ଅନୁଷ୍ଠିତ ହୋଇଥାଏ । ପ୍ରଭୁ ଶ୍ରୀଜଗନ୍ନାଥ, ମା ସୁଭଦ୍ରା ଓ ବଳଭଦ୍ର ସୁନା ଅଳଙ୍କାରରେ ମଣ୍ଡିତ ହୋଇଥାନ୍ତି । ଏହାକୁ ବଡ ଚଢାଉ ବେଶ ମଧ୍ୟ କୁହାଯାଏ । ତେବେ ରଥାରୂଢ ମହାପ୍ରଭୁଙ୍କ ସୁନାବେଶ ନୀତିକାନ୍ତି ସରିଛି । ମହଣ ମହଣ ସୁନାରେ ସଜେଇ ହୋଇଛନ୍ତି ତିନି ଠାକୁର । ଏହି ଅବସରରେ ପୁରୀ ବଡଦାଣ୍ଡ ଚଳଚଞ୍ଚଳ ରହିଛି । ସୁନାର କିରୀଟ, ତାବିଜମାଳି, ବାହାଡାମାଳି, ହରିଡା କଦମ୍ବ ମାଳି, ଶ୍ରୀପୟର, ଶ୍ରୀଭୁଜ, ଓଡିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ୟ୍ୟ ଆଦି ଆଭୂଷଣରେ ତିନି ଠାକୁର ସଜେଇ ହୋଇଛନ୍ତି ।

ପୂର୍ବରୁ ରଥ ଉପରେ ଚତୁର୍ଦ୍ଧା ମୂରତୀଙ୍କ ନୀତିକାନ୍ତି ସଂପନ୍ନ ହୋଇଥିଲା। ଏହା ପରେ କଡା ସୁରକ୍ଷା ବଳୟରେ ସ୍ଵର୍ଣ୍ଣ ଅଳଙ୍କାର ରଥକୁ ଅଣାଯାଇଥିଲା। ଏହା ପରେ ଦଇତାପତି, ସେବାୟତ ମହାପ୍ରଭୁଙ୍କୁ ମହଣ ମହଣ ସୁନାରେ ସଜେଇଥିଲେ।

Share

Leave a Reply

Your email address will not be published. Required fields are marked *

1 × 2 =