ସାରାଙ୍କୁ ଦିଲ୍ଲୀ ପୋଲିସ ନୋଟିସ୍

ଖୁବ୍ କମ ସମୟରେ ଅଧିକ ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ସାରା ଏବେ ଅଭିନେତା କାର୍ତ୍ତିକ ଆର୍ୟ୍ୟନଙ୍କ ସହ ଲଭ ଆଜ କଲ ୨ ଫିଲ୍ମର ଶୁଟିଂ ପାଇଁ ବ୍ୟସ୍ଥ ଅଛନ୍ତି। ଅଧିକାଂଶ ସମୟରେ ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ତେବେ କିଛି ଦିନ ତଳେ ଶୁଟିଂ ପାଇଁ ସାରା ଓ କାର୍ତ୍ତିକଙ୍କୁ ବୁଲା ବୁଲି କରିବାରେ ସ୍ପଟ କରାଯାଇଛି।

ଉଭୟ ବାଇକ୍ରେ ବୁଲା ବୁଲି କରିବା ସମୟରେ ସାରା ହେଲମେଟ୍ ପିନ୍ଧିବା ଭୁଲିଯାଇଥିଲେ। କାର୍ତ୍ତିକ ହେଲମେଟ ପିନ୍ଧିଥିବାକୁ ସେ ସୁରକ୍ଷିତ ଅଛନ୍ତି। କିନ୍ତୁ ସାରାଙ୍କୁ ଦିଲ୍ଲୀ ପୋଲିସ ଲିଗାଲ ନୋଟିସ୍ ପଠାଇଛନ୍ତି। ହେଲମେଟ ନପିନ୍ଧିବାର ସାରାଙ୍କୁ ସ୍ପଟ କରାଯାଇଥିଳା । ତେଣୁ ଟ୍ରାଫିକ୍ ନିୟମ ଭଙ୍ଗ କରିଥିବାରୁ ତାଙ୍କୁ ନୋଟିସ୍ ଦିଆଯାଇଛି।

Share

Leave a Reply

Your email address will not be published. Required fields are marked *

1 − 1 =