ବିପିଏଲ କାର୍ଡ ଦେଖି ରୋଗ କି ଦୁର୍ଘଟଣା ଆସେନି

ବିରୋଧୀଙ୍କୁ ନବୀନଙ୍କ କଟାକ୍ଷ

ଭୁବନେଶ୍ବର (): ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଏକ କୋଟି କେସରେ ହିତାଧିକାରୀ ଉପକୃତ ହୋଇଥିବା ରାଜ୍ୟ ସରକାରଙ୍କ ଦାବିକୁ ନେଇ ବିରୋଧୀ ବାରମ୍ବାର ପ୍ରଶ୍ନ ଉଠାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାର ଜାବବ ଦେଇଛନ୍ତି । ପ୍ରଶ୍ନ କରୁଥିବା ବିରୋଧୀଙ୍କୁ ନବୀନ ପାଲଟା ପ୍ରଶ୍ନ କରିଛନ୍ତି  । ସେ ପଚାରିଛନ୍ତି ଯେ, ରୋଗ ଆଉ ଦୁର୍ଘଟଣା କଣ ବିପିଏଲ କାର୍ଡ ଦେଖିକି ଆସେ?

କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାରେ ଲୋକମାନଙ୍କୁ ମେଡିକାଲ ଆସିଲା ପରେ ବିପିଏଲ କାର୍ଡ ଦେଖାଇବାକୁ ପଡିଥାଏ। ଯେଉଁଥି ପାଇଁ ଲୋକମାନେ ବହୁତ ହାଇରଣ ହେବା ସହିତ କମ ଟଙ୍କାର ସେବା ପାଇ ଥାନ୍ତି। ତେଣୁ ବିଜେଡି ସରକାର ପକ୍ଷରୁ ବିପିଇଲ, ଏପିଏଲ ସମସ୍ତ ବର୍ଗର ଲୋକଙ୍କୁ 7ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ବିଜୁ ସ୍ବାସ୍ଥ୍ୟ ଯୋଜନା ଆରମ୍ଭ କରାଯାଇଛି। ଯାହାଦ୍ବାରା ଓଡିଶା ସମେତ ଓଡିଶା ବାହାରେ ରହୁଥିବା ଓଡ଼ିଆମାନେ ମଧ୍ୟ ଉପକୃତ ହୋଇ ପାରିବେ ବୋଲି କହିଛନ୍ତି।

ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀରେ  ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ଜନସମ୍ପର୍କ ଯାତ୍ରାରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସେ ରାଜ୍ୟବାସୀଙ୍କୁ 4ଟି ପ୍ରତିଶୃତି ଦେଇଥିଲେ । ସମସ୍ତଙ୍କୁ ଖାଦ୍ୟ, ବାସଗୃହ, ସ୍ବାସ୍ଥ୍ୟ ସେବା ଓ ସାମାଜିକ ନିରାପତ୍ତା। ଏହି ପ୍ରତିଶୃତି ପାଳନ ପାଇଁ ରାଜ୍ୟ ସରକାର ସବୁ ବାସହୀନଙ୍କ ପାଇଁ ବିଜୁ ପକ୍କା ଘର, ସାର୍ବଜନୀନ ସ୍ବାସ୍ଥ୍ୟ ସେବା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ ପଡୁଥିବା ହିତାଧିକାରୀଙ୍କ ପାଇଁ ରାଜ୍ୟର ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ମଧୁବାବୁ ପେନସନ ଯୋଜନା ଭଳି ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି। ବିଜେଡି ସରକାର ସର୍ଵଦା ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟ କରି ଆସୁଛି ଏବଂ ଆଗକୁ ମଧ୍ୟ ଏହି କାର୍ଯ୍ୟ ଜାରି ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Share

Leave a Reply

Your email address will not be published. Required fields are marked *

one × 2 =