କୋଭିଡ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ସହାୟତା

ମହାରାଷ୍ଟ୍ର: ମହାରାଷ୍ଟ୍ର ପିଛା ଛାଡ଼ୁନି ଦୁର୍ଭାଗ୍ୟ । କିଛିଦିନ ତଳେ ଅକ୍ସିଜେନ ଲିକ୍ ପରେ ଅକ୍ସିଜେନ୍ ଅଭାବରୁ ନାସିକର ଏକ ହସ୍ପିଟାଲରେ ୨୪ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଥିଲେ । ଆଜି ମହାରାଷ୍ଟ୍ର ଭିରାରର ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟି ଆଇସିୟୁରେ ଥିବା ୧୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।ଖବର ଅନୁସାରେ ଅଗ୍ନିକାଣ୍ଡ ବେଳେ ଆଇସିୟୁରେ ୧୭ ଜଣ କରୋନା ଆକ୍ରାନ୍ତ ଥିଲେ । ଅଗ୍ନିକାଣ୍ଡର କାରଣ ଏସିରେ ସଟ ସର୍କିଟ୍ ବୋଲି କୁହାଯାଉଛି ।

ଘଟଣାରେ ପ୍ରଧାନମନ୍ତ୍ରୀ ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ଏନେଇ ମୋଦି ତରଫରୁ ଟ୍ୱିଟ କରି କୁହାଯାଇଛି ଯେ, ଭିରାର ହସ୍ପିଟାଲ ଅଗ୍ନିକାଣ୍ଡରେ ଜୀବନ ହରାଇଥିବା ରୋଗୀଙ୍କ ପରିବାର ପାଇଁ ସାନ୍ତ୍ୱନା ପ୍ରକାଶ କରିଛନ୍ତି ଏବଂ ଆହତଙ୍କ ଆରୋଗ୍ୟ କାମନା କରିଛନ୍ତି।ସେହିଭଳି ପ୍ରଧାନମନ୍ତ୍ରୀଙ୍କ ଆଉ ଏକ ଟ୍ୱିଟରେ ଘୋଷଣା କରାଯାଇଛି ଯେ ମୃତକଙ୍କ ପରିବାରଙ୍କୁ ୨ ଲକ୍ଷ ଓ ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କା କ୍ଷତିପୂରଣ ଘୋଷଣା କରାଯାଇଛି |

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ରିଲିଫ ଫଣ୍ଡରୁ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯିବ। ଅଗ୍ନିକାଣ୍ଡରେ ଗୁରୁତର ଆହତ ହୋଇଥିବା ରୋଗୀଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ |ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ଟ୍ୱିଟ୍ କରି ପୀଡିତ ପରିବାରଙ୍କୁ ଏହି କ୍ଷତିପୂରଣ ଘୋଷଣା କରାଯାଇଛି।ସେହିଭଳି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିରାର ଅଗ୍ନିକାଣ୍ଡ ଘଟଣାରେ ମୃତକଙ୍କୁ ନେଇ ଶୋକବ୍ୟକ୍ତ କରିଛନ୍ତି । ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହ ଅନ୍ୟମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

one + 12 =