ସପ୍ତାହାନ୍ତ ସଟଡାଉନରେ ଟ୍ୱିନସିଟିରେ ହେବ କଡ଼ା ଚେକିଂ

ଭୁବନେଶ୍ୱର: ନାଇଟ କର୍ଫ୍ୟୁ ଓ ସଟଡାଉନ ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା | କଟକରେ ୨୫ ଜାଗାରେ ଭୁବନେଶ୍ୱରରେ ୪୩ ଜାଗାରେ ନାକାବନ୍ଦୀ କରାଯିବ | ସିଲଭର ସିଟି କଟକରେ ୧୨ପ୍ଲାଟୁନ ଫୋର୍ସ ଓ ୧୦୦ ଅଫିସର ନିୟୋଜିତ ହେବେ| ସେହିଭଳି ରାଜଧାନୀ ଭୁବନେଶ୍ୱରରେ ୨୦ ପ୍ଲାଟୁନ ଫୋର୍ସ ଓ ୧୫୦ ଅଫିସରେ ଦାୟିତ୍ୱରେ ରହିବେ | ନାକ ପଏଣ୍ଟରେ ଲୋକମାନଙ୍କୁ ଚେକିଂ କରିବେ ପୋଲିସ କର୍ମଚାରୀ | ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀଙ୍କ ଯାତାୟାତକୁ ସହଜ କରିବେ ପୋଲିସ କର୍ମଚାରୀ | ଅତ୍ୟାବଶ୍ୟକ ସେବା କର୍ମଚାରୀଙ୍କ ପାଇଁ ସ୍ପେଶାଲ ପାସ୍ ନାହିଁ | ନିଜ ସଂସ୍ଥା ଦ୍ୱାରା ପ୍ରଦତଃ ପରିଚୟପତ୍ର ଦେଖାଇ କାମକୁ ଯାଇପାରିବେ | ସମସ୍ତଙ୍କୁ କଟକଣାପାଳନ କରିବାକୁ ନିବେଦନ କରିଛନ୍ତି ସିପି | ଏହାବ୍ୟତୀତ ଅମାନିଆଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି କମିଶନର |

Share

Leave a Reply

Your email address will not be published. Required fields are marked *

sixteen + 10 =