ଓଡିଶାରୁ ଅକ୍ସିଜେନ ଯିବ ତେଲେଙ୍ଗାନା

ଭୁବନେଶ୍ୱର :କୋଭିଡ ମହାମାରୀର ସଙ୍କଟ ଘନୀଭୂତ ହୋଇଥିବାବେଳେ ବିଭିନ୍ନ ରାଜ୍ୟରେ ରୋଗୀଙ୍କ ଚିକିତ୍ସା ପାଇଁ ଅକ୍ସିଜେନ୍‌ର ଘୋର ଅଭାବ ଦେଖାଦେଇଛି । ଏଭଳି ସ୍ଥିତିରେ ଓଡିଶା , ଅନ୍ୟ ରାଜ୍ୟଗୁଡିକୁ ସହାୟତାର ହାତ ବଢାଇଛି । ଅନ୍ୟ ରାଜ୍ୟକୁ ଓଡିଶା ଅକ୍ସିଜେନ ଯୋଗାଇବା ଜାରି ରଖିଛି । ଦିଲ୍ଲୀ, ମହାରାଷ୍ଟ୍ର ଓ ଆନ୍ଧ୍ର ପ୍ରଦେଶ ପରେ ତେଲେଙ୍ଗାନା ସରକାର ମଧ୍ୟ ଅକ୍ସିଜେନ୍ ପାଇଁ ଓଡିଶାର ସହାୟତା ଲୋଡିଛନ୍ତି । ଓଡିଶାରୁ ଅକ୍ସିଜେନ ନେବା ପାଇଁ ତେଲେଙ୍ଗାନା ସରକାର ଦୁଇଟି ଲଢୁଆ ବିମାନରେ ଖାଲି ଟ୍ୟାଙ୍କର ପଠାଇଛନ୍ତି । ଟ୍ୟାଙ୍କରରେ ଅକ୍ସିଜେନ୍ ଲୋଡ୍ ହୋଇ ଟ୍ରେନ ଯୋଗେ ତେଲେଙ୍ଗାନା ଯିବ ।

Share

Leave a Reply

Your email address will not be published. Required fields are marked *

two × 4 =