ଲୋକର କଲ୍ୟାଣ ଓ ଉନ୍ନତି ପାଇଁ କାମ କରିବା ଥିଲା ବିଜୁଙ୍କ ମନ୍ତ୍ର

ଭୁବନେଶ୍ୱର ()ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଆଜି ଶ୍ରାଦ୍ଧ ଦିବସ । ତାଙ୍କର ସ୍ୱାଧୀନତା ସଂଗ୍ରାମରେ ଅନେକ ଅବଦାନ ରହିଛି । କାଶ୍ମୀରରେ ଭାରତୀୟ ସେନାଙ୍କୁ ପହଞ୍ଚାଇବାରେ ତାଙ୍କର ଯଥେଷ୍ଟ ଭୂମିକା ରହିଥିଲା । ଏହାସହ ତାଙ୍କୁ ଇଣ୍ଡୋନେସିଆର ଭୂମିପୁତ୍ର ସମ୍ମାନ ମିଳିଥିଲା । ସେ ଏମିତି ଜଣେ ବ୍ୟକ୍ତିତ୍ୱ ଥିଲେ ଯାହାର ପାର୍ଥିବ ଶରୀର ଉପରେ ତିନି ଦେଶର ଜାତୀୟ ପତାକା ରଖାଯାଇଥିଲା ।
ଆଜି ତାଙ୍କ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପରିପ୍ରେକ୍ଷୀରେ ସର୍ବଦା ଲୋକଙ୍କ ସହ ରହିବା ଓ ପ୍ରତିଟି ଲୋକର କଲ୍ୟାଣ ଓ ଉନ୍ନତି ପାଇଁ କାମ କରିବା ବିଜୁବାବୁଙ୍କ ମନ୍ତ୍ର ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

four − 3 =