ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେବାର ସମ୍ଭାବନା ରହିଛି

ନୂଆଦିଲ୍ଲୀ ()ଦେଶର ଆର୍ଥିକ ସ୍ଥିତି ନେଇ ଆଜି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେହି ସମ୍ମିଳନୀରେ ସେ କହିଛନ୍ତି ଯେ ଦେଶର ଅର୍ଥନୀତି ଉପରେ ଆରବିଆଇର ନଜର ରହିଛି । ଏଥି ସହିତ ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀଙ୍କୁ ସେ ଧନ୍ୟବାଦ ଜଣାଇବା ସହ କରୋନା ବିରୋଧରେ ଲଢ଼େଇ କରୁଥିବା ସମସ୍ତ ବିଭାଗକୁ କୃତଜ୍ଞତା ଜଣାଇଛନ୍ତି । କରୋନା ବିରୋଧରେ ଲଢ଼େଇ ପାଇଁ ଆମ ଟିମ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି । ଦେଶର ଅର୍ଥନୀତି ପୂର୍ବରୁ ହିଁ ଅସ୍ଥିର ରହିଛି କିନ୍ତୁ ଏହି ଆର୍ଥିକ କ୍ଷତିକୁ ହ୍ରାସ କରିବା ପାଇଁ ପ୍ରୟାସ ଜାରି ରହିଛି । ଭାରତର ସ୍ଥିତି ଅନ୍ୟଦେଶମାନଙ୍କ ତୁଳନାରେ ବହୁତ ଭଲ ଅଛି । ଜି-୨୦ ଦେଶ ତୁଳନାରେ ଭାରତର ଅର୍ଥନୀତିକ ସ୍ଥିତି ଭଲ ରହିଛି ବୋଲି ଆରବିଆଇ ଗଭର୍ଣ୍ଣର କହିଛନ୍ତି । ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେବାର ସମ୍ଭାବନା ମଧ୍ୟ ରହିଛି ବୋଲି ସେ କହିଛନ୍ତି ।

ଏହାସହ ନାବାର୍ଡ଼କୁ ୫୦ହଜାର କୋଟି ଟଙ୍କାର ସହାୟତା ଦିଆଯିବା ସହ ସିଡ଼ିବିକୁ ୧୫ହଜାର କୋଟି ଟଙ୍କାର ସହାୟତା ଦିଆଯାଉଛି । ରିଭର୍ସ ରେପୋ ରେଟ୍ ୪ରୁ ୩.୭୫ କରିବାକୁ ଅର୍ଥାତ .୨୫% ହ୍ରାସ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଯାହାଫଳରେ ବ୍ୟାଙ୍କଗୁଡ଼ିକୁ ଲାଭ ମିଳିବା ସହ ଋଣ ଦେବାକୁ ସକ୍ଷମ ହୋଇପାରିବେ ।

Share

Leave a Reply

Your email address will not be published. Required fields are marked *

three × 3 =