୧୭ରେ ଆଂଶିକ ଚନ୍ଦ୍ର ଗ୍ରହଣ

ଭୁବନେଶ୍ବର () ଆସନ୍ତା ଜୁଲାଇ ୧୭ ତାରିଖ ଭୋର ସମୟରେ ଏକ ଆଂଶିକ ଚନ୍ଦ୍ର ଗ୍ରହଣ ସଂଗଠିତ ହେବ । ସେହିଦିନ ଆକାଶ ମେଘମୁକ୍ତ ରହିଲେ ମଧ୍ୟ ରାତ୍ରି ପରେ ଅର୍ଥାତ ଜୁଲାଇ ୧୭ ତାରିଖ ଭୋର ୧ଟା ୩୧ରୁ ୪ଟା ୨୯ ଯାଏଁ ଏହି ଆଂଶିକ ଚନ୍ଦ୍ର ଗ୍ରହଣକୁ ଖାଲି ଆଖିରେ ଦେଖିହେବ । ସବୁଠାରୁ ଅଧିକ ଚନ୍ଦ୍ର ଗ୍ରହଣ ଯାହାକି ପ୍ରାୟ ୬୫ ପ୍ରତିଶତ ରାତି ୩ଟା ସମୟରେ ଦେଖାଯିବ । ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଭଳି ଏହି ସମୟରେ ରକ୍ତ ବର୍ଣ୍ଣର ଚନ୍ଦ୍ର ଦେଖାଯିବ ନାହିଁ କିନ୍ତୁ ଚନ୍ଦ୍ରକୁ ପ୍ରାୟ ୬୫ ପ୍ରତିଶତ ଘୋଡାଇଦେଇଥିବା ଏକ କଳା ରଙ୍ଗର ଛାଇ ସୃଷ୍ଟି ରୂପେ ଦେଖିହେବ ।

ଏହି ଆଂଶିକ ଚନ୍ଦ୍ର ଗ୍ରହଣ ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଆଫ୍ରିକା, ଦକ୍ଷିଣ ଆମେରିକା ଆଦି ମହାଦେଶରେ ଅନେକ ଅଞ୍ଚଳ ସହ ଭାରତ ତଥା ଓଡିଶାର ସମସ୍ତ ସ୍ଥାନରେ ଦୃଶ୍ୟମାନ ହେବ । ଆଂଶିକ ଗ୍ରହଣ ଆରମ୍ଭ ହେବ ଜୁଲାଇ ୧୭ ତାରିଖ ଭୋର ୧୨ଟା ୧୩ ମିନିଟ ସମୟରେ ଯେତେବେଳେ ଚନ୍ଦ୍ର ପୃଥିବୀର ଉପଛାୟାରେ ପ୍ରବେଶ କରିବ । କିନ୍ତୁ ଏହି ଦୃଶ୍ୟକୁ ଖାଲି ଆଖିରେ ଦେଖିହେବ ନାହିଁ । ଚନ୍ଦ୍ର ଭୋର ୧ଟା ୧୩ ମିନିଟରୁ ୪ଟା ୨୯ ମିନିଟ ପର୍ୟ୍ୟନ୍ତ ପୃଥିବୀର ଛାୟାରେ ରହିବ ଓ ସେହି ସମୟରେ ଆଂଶିକ ଚନ୍ଦ୍ର ଗ୍ରହଣ ଦୃଶ୍ୟକୁ ଖାଲି ଆକିରେ ଦେଖିହେବ ।

ସୂଚନାଯୋଗ୍ୟ, ଚନ୍ଦ୍ର ପୃଥିବୀ ଚାରିପଟେ ଏବଂ ପୃଥିବୀ ସୂର୍ୟ୍ୟ ଚାରିପଟେ ଘୁରୁଛି । ଏହିଭଳି ବୁଲୁବୁଲୁ ଏହି ତିନୋଟି ପିଣ୍ଡ ବେଳେବେଳେ ଏକ ସରଳରେଖାରେ ରହିଥାନ୍ତି ଓ ସେହି ସମୟରେ ସୂର୍ୟ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ଘଟିଥାଏ । ସୂର୍ୟ୍ୟ ପରାଗ ସମୟରେ ଚନ୍ଦ୍ର, ପୃଥିବୀ ଓ ସୂର୍ୟ୍ୟ ମଝିରେ ଏକ ସରଳରେଖାରେ ରହିଥାଏ ଓ ଚନ୍ଦ୍ର ଛାଇ ପୃଥିବୀ ଉପରେ ପଡିଥାଏ । ଚନ୍ଦ୍ରଗ୍ରହଣ ସମୟରେ ପୃଥିବୀ, ଚନ୍ଦ୍ର ଓ ସୂର୍ୟ୍ୟ ମଝିରେ ଏକ ସରଳରେଖାରେ ରହିଥାଏ ଓ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡିଥାଏ । ସୂର୍ୟ୍ୟ ପରାଗ କେବଳ ଅମାବାସ୍ୟା ଦିନ ଓ ଚନ୍ଦ୍ର ଗ୍ରହଣ କେବଳ ପୂର୍ଣ୍ଣିମା ତିଥିରେ ହିଁ ପଡିଥାଏ । ଗୋଟିଏ ଇଂରାଜୀ ବର୍ଷରେ ୧୩ଟି ଅମାବାସ୍ୟା ଓ ୧୩ଟି ପୂର୍ଣ୍ଣିମା ପଡିଥାଏ ହେଲେ ସବୁ ଅମାବାସ୍ୟା ବା ପୂର୍ଣ୍ଣିମାରେ ସୂର୍ୟ୍ୟ ପରାଗ ବା ଚନ୍ଦ୍ର ଗ୍ରହଣ ହୁଏ ନାହିଁ ।

Share

Leave a Reply

Your email address will not be published. Required fields are marked *

thirteen − nine =