ଦୀପାବଳି ପାଇଁ ଲାଗିଲା କଟକଣା, ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା

ପୁରୀ : ଦୀପାବଳୀ ପାଇଁ ଲାଗିଲା କଟକଣା । ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା ହେଲା ଲାଗୁ । ଭିଡ଼କୁ ଦେଖି ପ୍ରଶାସନ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଆସନ୍ତାକାଲି ପବିତ୍ର ଦୀପାବଳୀ । ଦୀପାବଳି ଉପଲକ୍ଷେ ପୁରୀ ଆସୁଥିବା ପର୍ଯ୍ୟଟକଙ୍କ ଭିଡ଼ ଓ  ଉପଲକ୍ଷେ ଗୟା ଶ୍ରାଦ୍ଧ ଦେବା ପାଇଁ ଆସିବାକୁ ଥିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ଏହି କଟକଣା ଜାରି କରାଯାଇଛି । ଆସନ୍ତାକାଲି ଭୋର ୪ଟାରୁ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା ଜାରି କରାଯାଇଛି । ଏହାସହିତ ଶ୍ରୀମନ୍ଦିର ଚତୁପାର୍ଶ୍ବରେ କାଉଁରିଆ ଜାଳିବା କିମ୍ବା କୌଣସି ଶ୍ରାଦ୍ଧ ପିଣ୍ଡ ଦେବାକୁ ବାରଣ ହୋଇଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

twenty − 18 =