ଶହେ ଛୁଇଁଲା ପେଟ୍ରୋଲ ଦର

ଭୁବନେଶ୍ୱର: ଶହେ ଛୁଇଁଛି ପେଟ୍ରୋଲ ଦର । ଯାହାକି ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ମୁମ୍ବାଇରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୪୭ ପଇସା ରହିଥିବା ବେଳେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ ଏବଂ ଓଡ଼ିଶାର କିଛି ସ୍ଥାନରେ ୧୦୦ ଟଙ୍କା ଛୁଇଁଛି ପେଟ୍ରୋଲ ଦର । ରାଜଧାନୀ ଭୁବନେଶ୍ୱରରେ ୯୫ ଟଙ୍କ ୨୮ ପଇସା ରହିଛି ଦର । ତେବେ ପ୍ରତିଦିନ ପେଟ୍ରୋଲ ଦର ବଢ଼ିବାରେ ଲାଗିଛି । ଯାହାକୁ ନେଇ ଚିନ୍ତାରେ ରହିଛି ନିମ୍ନ ମଧ୍ୟବିତ୍ତ ପରିବାର । ଲକଡାଉନ ସମୟରେ ରୋଜଗାର ନଥିବା ବେଳେ ପେଟ୍ରୋଲ, ଡିଜେଲ ଦର ଏଭଳି ଭାବରେ ଅହେତୁକଭାବେ ବୃଦ୍ଧିକୁ ନେଇ ସବୁଠି ଚାଲିଛି ଚର୍ଚ୍ଚା ।

Share

Leave a Reply

Your email address will not be published. Required fields are marked *

five − 4 =