ୟୁକ୍ରେନକୁ ସହାୟତାର ହାତ ବଢାଇଲା ବ୍ରିଟେନ

ଏକ ମାସ ହେବା ଲାଗିରହିଛି ଋଷ ଓ ୟୁକ୍ରେନ ଯୁଦ୍ଧ। ପୁଟିନ ହଟୁନାହାନ୍ତି କି ଜେଲେନସ୍କି ମଧ୍ୟ ଟଳୁ ନାହାନ୍ତି। ୟୁକ୍ରେନ ନିଜର ଅନେକ ସହର ହରାଇଥିବା ବେଳେ ୟୁକ୍ରେନକୁ ବର୍ତ୍ତମାନ ସହାୟତାର ହାତ ବଢ଼ାଇଛି ବ୍ରିଟେନ। ପ୍ରାୟ ୬ ହଜାର କ୍ଷେପଣାସ୍ତ୍ର ଏବଂ ଆର୍ଥିକ ସହାୟତା ପଠାଇବେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ। ଯାହା ଟଙ୍କା ଦେବେ ତାହା ୟୁକ୍ରେନ ସୈନିକ, ପାଇଲଟ ଏବଂ ପୋଲିସଙ୍କୁ ଦରମା ପ୍ରଦାନ କରିବାରେ ସହାୟକ ହେବ।

କାରଣ ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯାହପାଇଁ ଋଷ ଆକ୍ରମଣ ହେତୁ ୟୁକ୍ରେନର ଅବସ୍ଥା ଧୀରେ ଧୀରେ ଖରାପ ହେବାରେ ଲାଗିଛି। ଏହି ସମୟରେ ବ୍ରିଟେନ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଏବଂ ଆର୍ଥିକ ସହାୟତା ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ବୁଧବାର ବିଳମ୍ବିତ ରାତିରେ କହିଛନ୍ତି ଯେ ବ ବ୍ରିଟେନର ୬ ହଜାର କ୍ଷେପଣାସ୍ତ୍ର ୟୁକ୍ରେନକୁ ସାହାଯ୍ୟ କରିବ।

ଏହା ସହିତ 33 ମିଲିୟନ ଡଲାର ଆର୍ଥିକ ସହାୟତା ପ୍ରଦାନ କରିବ ବ୍ରିଟେନ। ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ବୋରିସ୍ ଜନସନ ପାଶ୍ଚାତ୍ୟ ଦେଶମାନଙ୍କୁ ୟୁକ୍ରେନକୁ ସାମରିକ ସହାୟତା ପ୍ରଦାନ କରିବାକୁ ଏବଂ ଋଷ ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଇବାକୁ କହିଛନ୍ତି।

ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଆହୁରି ମଧ୍ୟ କହିଛନ୍ତି ଯେ ୟୁକ୍ରେନରେ ସ୍ୱାଧୀନତାର ପତାକାକୁ ବିଜୟ ରଖିବା ପାଇଁ ଆମେ ମଧ୍ୟ ସାହାଯ୍ୟ କରିବୁ। ଏପରି ସମୟରେ ୟୁକ୍ରେନକୁ ସହାୟତାର ହାତ ବଢ଼ାଇ ଥିବାରୁ ହେଲେନସ୍କି ବୋରିସଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି।

Share

Leave a Reply

Your email address will not be published. Required fields are marked *

twelve − 2 =