ଏଣିକି ଗବେଷଶାତ୍ମକ ବିଶ୍ୱବିଦ୍ୟାଳୟ ଭାବେ କାର୍ୟ୍ୟ କରିବ ଖଲ୍ଳିକୋଟ

ଗଞ୍ଜାମ() ଏଣିକି ଏକ ଗବେଷଶାତ୍ମକ ବିଶ୍ୱବିଦ୍ୟାଳୟ ଭାବେ ଖଲ୍ଳିକୋଟ ବିଶ୍ୱବିଦ୍ୟାଳୟ କାର୍ୟ୍ୟ କରିବ । ଖଲ୍ଲିକୋଟ ଅଧିନରେ ଥିବା ୫ଟି କଲେଜ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧିନରେ ରହିବ । ଜୁନ୧ରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନକୁ ସେହି ୫ଟି କଲେଜ ଯିବ । ଏହାସହ ପୂର୍ବରୁ ପଞ୍ଜୀକୃତ କରିଥିବା ପିଲାମାନେ କୋର୍ସ ସରିବା ଯାଏଁ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଅଧିନରେ ରହିବେ ।

ସୂଚନା ଅନୁସାରେ, ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଥିଲା । କିନ୍ତୁ ଠିକ ଭାବେ କାର୍ୟ୍ୟ କରୁ ନଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ରହିଛି । ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ।

Share

Leave a Reply

Your email address will not be published. Required fields are marked *

10 − one =