ଆସିଲା ମାଟ୍ରିକ ପରୀକ୍ଷାର କାର୍ଯ୍ୟସୂଚୀ

ମାଟ୍ରିକ ପରୀକ୍ଷା ପାଇଁ କାର୍ୟ୍ୟସୂଚୀ ପ୍ରକାଶ କଲା ମାଧ୍ୟମିକ ଶିକ୍ଷା ବୋର୍ଡ । ୨୯ ଅପ୍ରେଲରୁ ୭ ମେ ଯାଏଁ ପରୀକ୍ଷା କରାଯିବ । ପ୍ରତି ବିଷୟରେ ୩୦ ମାର୍କ ସବଜେକଟିଭ୍ ଏବଂ ୫୦ ମାର୍କ ଅବଜେକଟିଭ୍ ରହିବ । ମୋଟ ୮୦ ନମ୍ବରର ପରୀକ୍ଷା ପାଇଁ ସମୟ ଅବଧି ଦୁଇଘଣ୍ଟା ରହିବ । କେବଳ ଗଣିତ ପାଇଁ ୨ ଘଣ୍ଟା ୧୫ ମିନିଟ ସମୟ ରହିବ । ସକାଳ ୮ ଟାରୁ ପରୀକ୍ଷା ଆରମ୍ଭ ହେବ । ପରୀକ୍ଷାରେ ଚାରିସେଟ୍ ପ୍ରଶ୍ନପତ୍ର ରହିବ ଏବଂ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଅଲଗା ଅଳଗା ପ୍ରଶ୍ନପତ୍ର ରହିବ । ସଂକ୍ଷିପ୍ତ ଉତ୍ତମୂଳକ ୫୦ ମାର୍କ ଓଏମଆର ସିଟରେ ପରୀକ୍ଷା ଦେବେ । ଦୀର୍ଘ ଉତ୍ତରମୂଳକ ୩୦ ମାର୍କ ମିଳିଥିବା ବୁକଲେଟରେ ଦେବେ ।

ସେହିପରି ନବମ ପରୀକ୍ଷା ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଏପ୍ରିଲ ୧୩ରୁ ଆରମ୍ଭ ହେବ ନବମ ସମ୍ମେଟିଭ୍ ପରୀକ୍ଷା-୨ । ସକାଳ ୮ଟାରୁ ଫାଷ୍ଟ ସିଟିଂରେ ନିଜ ସ୍ମୁଲରେ ହେବ ପରୀକ୍ଷା । ୧୩ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ୨୧ ତାରିଖରେ ସରିବ । ଏପ୍ରିଲ ୧୮ରୁ ୨୬ ପର୍ୟ୍ୟନ୍ତ ଅନ୍ୟ ଏକ ସ୍କୁଲରେ ହେବ ମୂଲ୍ୟାୟନ ।

Share

Leave a Reply

Your email address will not be published. Required fields are marked *

four + 19 =