ମିଜାଇଲ୍ ମିସ୍ ଫାୟାର୍ : ଉଚ୍ଚସ୍ତରୀୟ ତଦନ୍ତ କରୁଛି ଭାରତ

ଭାରତୀୟ ମିଜାଇଲ ମିସ୍ ଫାୟାର ହେବା ଏବଂ ପାକିସ୍ତାନରେ ପଡିବା ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ସରକାର । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉଛି ବୋଲି ରାଜ୍ୟସଭାରେ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଗତ 9 ତାରିଖ ଦିନ ରକ୍ଷଣବେକ୍ଷଣ ଓ ତଦାରଖ ସମୟରେ ଭୁଲ୍ ବଶତଃ ଏକ ମିଜାଇଲ୍ ଫାୟାର ହୋଇଯାଇଥିଲା ଏବଂ ତାହା ପାକିସ୍ତାନ ସୀମାରେ ପଡିଥିବା ସଂପର୍କରେ ଜଣାପଡିଥିଲା । ଏଥିପାଇଁ ଭାରତ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି । ମିଜାଇଲ ମିସ୍ ଫାୟାର ଦ୍ବାରା ଯଦିଓ କେହି ମୃତାହତ ହୋଇନାହାଁନ୍ତି, ତଥାପି ଏହାକୁ ନେଇ ପାକିସ୍ତାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଏହା ଭାରତର ବେପରଓ୍ବା ଯୋଗୁ ହୋଇଛି ଏବଂ ଆନ୍ତର୍ଜାତୀୟସ୍ତରରେ ଏ ପ୍ରସଙ୍ଗ ଉଠାଇବାକୁ ଧମକ ଦେଇଛି । ପାକିସ୍ତାନ ସୀମା ଭିତରେ ପଡିଥିବାରୁ ଉଭୟ ଦେଶ ମିଳିତ ଭାବେ ତଦନ୍ତ କରିବାକୁ ପାକିସ୍ତାନ ଦାବି କରିଛି । ଅନ୍ୟପକ୍ଷରେ ଭାରତୀୟ ମିଜାଇଲ ପାକିସ୍ତାନ ସୀମା ଭିତରେ ପଡିବାକୁ ନେଇ ଚୀନ୍ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛି । ଉଭୟ ଭାରତ ଓ ପାକିସ୍ତାନ ମିଳିତ ଭାବେ ଘଟଣାର ଅନୁଧ୍ୟାନ କରିବା ଉପରେ ଚୀନ୍ ଗୁରୁତ୍ବ ଦେଇଛି ।

Share

Leave a Reply

Your email address will not be published. Required fields are marked *

4 × 4 =