ବିଜୟ ପାଇଁ ୨ ଟି ଓ୍ଵିକେଟ

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ଏବେ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ଭାରତ ମ୍ୟାଚ୍କୁ ୪ ଦିନ ମଧ୍ୟରେ ଶେଷ କରିଦେବ ବୋଲି ଆଶା କରାଯାଉଥିଲେ ହେଁ କମିନ୍ସଙ୍କ ଲଢ଼ୁଆ ଇନିଂସ୍ ଯୋଗୁ ମ୍ୟାଚ୍ଟି ୫ମ ଦିନକୁ ଯାଇଛି।
୪ର୍ଥ ଦିନର ଖେଳ ଶେଷ ସୁଦ୍ଧା ଭାରତ ଦେଇଥିବା ୩୯୯ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି କଙ୍ଗାରୁ ଟିମ୍ ୮ ୱିକେଟ୍ ହରାଇ ୨୫୮ ରନ୍ କରିଛି। ୪ର୍ଥ ଦିନର ଷ୍ଟମ୍ପ ଅପସାରଣ ବେଳକୁ କମିନ୍ସ ୬୧ ଓ ନେଥନ ଲାୟନ ୬ ରନ୍ କରି ଅପରାଜିତ ରହିଛନ୍ତି। ଭାରତ ବିଜୟଠାରୁ ୨ଟି ୱିକେଟ୍ ଦୂରରେ ଥିବା ବେଳେ ଅଷ୍ଟ୍ରେଲିଆ ଜିତିବା ପାଇଁ ୧୪୧ ରନ୍ ଆବଶ୍ୟକ କରୁଛି।
ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଯଶପ୍ରୀତ ବୁମ୍ରା ଓ ମହମ୍ମଦ ଶାମି ୨ଟି ଲେଖାଏ ୱିକେଟ୍ ପାଇଛନ୍ତି। ସେହିପରି ଇଶାନ୍ତ ଶର୍ମାଙ୍କୁ ଗୋଟିଏ ୱିକେଟ୍ ମିଳିଛି।
ଭାରତ ଆଜି ତା’ର ଦ୍ୱିତୀୟ ଇନିଂସ୍ରେ ୮ ୱିକେଟ୍ ହରାଇ ୧୦୬ ରନ୍ କରିବା ପରେ ପାଳି ଘୋଷଣା କରିଥିଲା। ଫଳରେ ଅଷ୍ଟ୍ରେଲିଆକୁ ୩୯୯ ରନ୍ର ବିଜୟ ଲକ୍ଷ୍ୟ ମିଳିଥିଲା। ଏହାର ପିଛା କରି ଅଷ୍ଟ୍ରେଲିଆ ଟିମ୍ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା। ଦଳୀୟ ସ୍କୋର ୩୩ ଥିବା ବେଳେ ଘରୋଇ ଦଳ ତା’ର ଦୁଇ ଓପନର ଆରୋନ ଫିଞ୍ଚ(୩) ଓ ମାର୍କସ୍ ହ୍ୟାରିସ୍(୧୩)ଙ୍କୁ ହରାଇଥିଲା। ଫିଞ୍ଚଙ୍କୁ ବୁମ୍ରା ଆଉଟ୍ କରିଥିବା ବେଳେ ହ୍ୟାରିଶ ସ୍ପିନିଂ ଅଲରାଉଣ୍ଡର ଜାଡେଜାଙ୍କ ଶିକାର ହୋଇଥିଲେ।
ବର୍ତ୍ତମାନ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୪ଟିକିଆ ଟେଷ୍ଟ ସିରିଜ୍ ୧-୧ରେ ବରାବର ରହିଛି।

Share

Leave a Reply

Your email address will not be published. Required fields are marked *

11 − nine =