ବାତିଲ ହେଲା ୪୨୬ ଟ୍ରେନ

ନୂଆଦିଲ୍ଲୀ() ଭାରତୀୟ ରେଳ ଏକ ବଡ଼ ଝଟ୍‌କା ଦେଇଛି । ଭାରତୀୟ ରେଳବାଇ (ଇଣ୍ଡିଆନ୍ ରେଲୱେ) ପକ୍ଷରୁ ବୁଧବାର ବାତିଲ୍ ହୋଇଥିବା ଟ୍ରେନ୍‌ର ତାଲିକା ପ୍ରକାଶ ପାଇଛି । ରେଳ ବିଭାଗ ଅନୁଯାୟୀ, ମାର୍ଚ୍ଚ ୧୧ତାରିଖରେ ୪୦୦ରୁ ଅଧିକ ଟ୍ରେନ୍ ବାତିଲ୍ କରାଯାଇଛି ।

ଭାରତୀୟ ରେଳବାଇ ଦ୍ୱାରା ଜାରି କରାଯାଇଥିବା ତାଲିକା ଅନୁଯାୟୀ ବୁଧବାର ଚାଲୁଥିବା ୪୨୬ ଟ୍ରେନ୍‌କୁ ବାତିଲ୍ କରାଯାଇଛି । ଏଥିରେ ସୁପରଫାଷ୍ଟ, ଏକ୍ସପ୍ରେସ୍, ମେଲ୍ ଏକ୍ସପ୍ରେସ୍, ହମସଫର ଏବଂ ଅନେକ ସ୍ୱତନ୍ତ୍ର ଟ୍ରେନ୍ ଅନ୍ତର୍ଭୁକ୍ତ ରହିଛି ।

ବାତିଲ୍ ହୋଇଥିବା ଟ୍ରେନ୍ ମଧ୍ୟରେ ୨୯୬ଟି ଟ୍ରେନ୍‌କୁ ସମ୍ପୂର୍ଣ୍ଣ ବାତିଲ୍ କରାଯାଇଛି । ଏହାସହ ୧୩୦ଟି ଟ୍ରେନ୍ ଆଂଶିକ ବାତିଲ୍ ହୋଇଛି | ଏହା ବ୍ୟତୀତ ଅନେକ ଟ୍ରେନ୍ ବିଳମ୍ବରେ ଚାଲୁଛି । ତେଣୁ ରେଳ ଯାତ୍ରା କରିବା ପୂର୍ବରୁ ଯାତ୍ରୀମାନେ ହେଲ୍ପଲାଇନ୍ ନଂ ୧୩୯ ମାଧ୍ୟମରେ ମଧ୍ୟ ଟ୍ରେନ୍ ସମ୍ବନ୍ଧୀୟ ସୂଚନା ପାଇପାରିବେ ।

Share

Leave a Reply

Your email address will not be published. Required fields are marked *

sixteen + one =