୧୦୦୦ ଲିଟର ମଦ ପିଇଦେଲା ମୂଷା ଜାଣନ୍ତୁ…

ବିପୁଳ ପରିମାଣରେ ପ୍ଲାଷ୍ଟିକ୍ ଡବାରେ ଜବତ ହୋଇ ରହିଥିବା ପ୍ରାୟ ୧୦୦୦ଲିଟର ମଦ ବରେଲିର ଏକ ପୋଲିସ୍ ଷ୍ଟେସନ୍ ଭିତରୁ ଗାୟବ ହୋଇଯାଇଛି । କିନ୍ତୁ ଆଶ୍ଚର୍ୟ୍ୟର କଥା ପୋଲିସ୍ ଷ୍ଟେସନର ଅଧିକାରୀ କହିଛନ୍ତି, ଏହି ମଦକୁ ସେଠାରେ ଥିବା ମୂଷାମାନେ ପିଇ ଦେଇଛନ୍ତି । ପୋଲିସ୍ ଅଧିକାରୀ ଅଭିନନ୍ଦନ ସିଂ କହିଛନ୍ତି କି, ମାମଲାର ଯାଞ୍ଚ କରାଯିବ। ଏହା ସହ ସବୁ ମୂଷାମାନଙ୍କୁ ଯନ୍ତା ପକାଇ ଧରାଯିବ । ଯେପରି ଭବିଷ୍ୟତରେ ଷ୍ଟୋର ରୁମରେ ଆଉ କେବେ ମୂଷାମାନେ ପ୍ରବେଶ କରି ନପାରିବେ, ସେଥିପ୍ରତି ଧ୍ୟାନ ଦିଆଯିବ ।
ଏହି ଘଟଣା ବୁଧବାର ଦିନ ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ପୋଲିସ୍ ଷ୍ଟେସନର ହେଡ୍ କ୍ଳର୍କ ଗୋଦାନର ନିରୀକ୍ଷଣ କରିବା ପାଇଁ ଯାଇଥିଲେ ଏବଂ ସେଠାରେ ମଦ ଥିବା ଡବାରେ କଣା ଥିବା ଦେଖିବାକୁ ପାଇଥିଲେ । ଯାହାଫଳରେ ସେ ସବୁ ମଦ ଡବାକୁ ପରଖିଥିଲେ ଏବଂ ଜାଣିବାକୁ ପାଇଥିଲେ କି ସେହି ଡବା ମଧ୍ୟରୁ ପ୍ରାୟତଃ ଡବାରେ ମଦ ନଥିବା ବେଳେ ଆଉ କିଛି ଡବା ପଡିରହିଛି । ସେ ସେଠାରେ ମଧ୍ୟ ମୂଷାମାନଙ୍କର ଏକ ବଡ ଦଳକୁ ଉପଦ୍ରବ କରୁଥିବାର ଦେଖିବାକୁ ପାଇଥିଲେ ।

Share

Leave a Reply

Your email address will not be published. Required fields are marked *

four + nineteen =