ମାଇଁ ହାର୍ଟ ବିଟ ଫର ହକି

ଭୁବନେଶ୍ବର: ପୁରୁଷ ହକି ୱାର୍ଲଡ଼ ପାଇଁ ଆରମ୍ଭ ହେଲା କାଉଣ୍ଟ ଡାଉନ । ଆଉ ମାତ୍ର 90 ଦିନ ପରେ ଅର୍ଥାତ ନଭେମ୍ବର 28ରୁ ଆରମ୍ଭ ହେବ ହକି ମହାକୁମ୍ଭ । ତେଣୁ ବିଶିଷ୍ଟ ହକି ଖେଳାଳୀ ଧ୍ୟାନ ଚାନ୍ଦଙ୍କ ସ୍ମତିରେ ପାଳିତ ହେଉଥିବା ଜାତୀୟ କ୍ରିଡା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆରମ୍ଭ କରିଛନ୍ତି “ମାଇଁ ହାର୍ଟ ବିଟ୍ ଫର ହକି କ୍ୟାମ୍ପେନ” ।

ଏହି କ୍ୟାମ୍ପେନ ଜରିଆରେ ହକି ବିଶ୍ବକପ ପାଇଁ ସମସ୍ତଙ୍କ ଭଲ ପାଇବା ଓ ସମର୍ଥନ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶାର କ୍ରିଡା ଇତିହାସରେ ହକିର ସ୍ବତନ୍ତ୍ର ସ୍ଥାନ ରହିଛି । ଓଡିଶା ବହୁ ଉଚ୍ଚକୋଟିର ହକି ଖେଳାଳୀଙ୍କୁ ଜନ୍ମ ଦେଇଛି, ଯେଉଁମାନେ ଆନ୍ତର୍ଜାତିକ ସ୍ତରରେ ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି । ହକି ବିଶ୍ବକପର ଆୟୋଜନ ରାଜ୍ୟ ପାଇଁ ଏକ ବଡ ଚ୍ୟାଲେଂଜ  । ତେଣୁ ଏହାକୁ ସଫଳ କରିବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ପ୍ରସ୍ତୁତି ଚଳାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସରଥୀ ବେହେରା ଓ ସଚିବ ବିଶାଲ ଦେବ ହକି ବିଶ୍ବକପର ପ୍ରଥମ କ୍ୟାମ୍ପେନିଂଙ୍ଗକୁ ଏକ ଐତିହାସିକ ମୁହୂର୍ତ୍ତ ବୋଲି କହିଥିଲେ ।  ପୂର୍ବରୁ କଳିଙ୍ଗ ଷ୍ଟାଡିଅମରେ ହୋଇଥିବା ଏସିଆନ ଆଥଲେଟିକ୍ସ ପରେ ଏହି ପୁରୁଷ ବିଶ୍ବକପ ହକି ଆସନ୍ତା ନଭେମ୍ବର 28 ରୁ ଆରମ୍ଭ ହେଉଛି ଯାହା ରାଜ୍ୟ ପାଇଁ ଗୌରବ ଓ ଗର୍ବ ବୋଲି ଅବିହିତ କରିଥିଲେ କ୍ରୀଡ଼ାମନ୍ତ୍ରୀ ।

ଏହି ଅବସରରେ ହକି ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ଯେ, ଏହି କ୍ୟାମ୍ପେନିଙ୍ଗ  ଏକ ନିଆରା ଢଙ୍ଗରେ କରାଯାଇଛି । ଏଥିସହ ହକି ବିଶ୍ବକପର ଆୟୋଜନ ପାଇଁ ରାଜ୍ୟ ସରକାର ଚଳାଇଥିବା ପ୍ରସ୍ତୁତି ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କଳିଙ୍ଗ ଷ୍ଟାଡିଅମରେ ଆୟୋଜିତ ହୋଇଥିବା  ହକି କ୍ୟାମ୍ପେନିଙ୍ଗ ଅବସରରେ କ୍ରୀଡ଼ାବିତଙ୍କୁ ବିଜୁ ପଟନାୟକ  ପୁରସ୍କାର ବିତରଣ କରିଯାଇଥିଲା ।

Share

Leave a Reply

Your email address will not be published. Required fields are marked *

thirteen − eleven =