ଏହି ସବୁ ସମସ୍ୟା ଥିବା ବ୍ୟକ୍ତି ଖାଆନ୍ତୁ ନାହିଁ କାଜୁ, ଅଧିକ ଜାଣନ୍ତୁ…

ଡ୍ରାଏଫୁଡ଼ ତାଲିକାରେ ସର୍ବ ପ୍ରଥମେ ରହିଥାଏ କାଜୁ। ତରକାରୀରୁ ଆରମ୍ଭ କରି ମିଠା ପର୍ୟ୍ୟନ୍ତ ସମସ୍ତ ଖାଦ୍ୟରେ ସାମିଲ କରାଯାଇଥାଏ କାଜୁ। ଏଥିରେ ଭରପୁର ମାତ୍ରାର ପ୍ରୋଟିନ, ଆଇରନ୍, ଫାଇବର, ମ୍ୟାଗ୍ନାସିୟମ୍, ଆଣ୍ଟି-ଅକ୍ସିଡ଼େଣ୍ଟ ଏବଂ ମିନେରାଲ ଆଦି ରହିଥାଏ। ଏହାର ସେବନ ଶରୀର ପ୍ରତି ଲାଭଦାୟକ ହୋଇଥାଏ କିନ୍ତୁ କିଛି ବ୍ୟକ୍ତିଙ୍କୁ ଖାସ କରି ଏହାକୁ ଖାଇବା ମନା ଥାଏ। ଆସନ୍ତୁ ଜାଣିବା କେଉଁ ବ୍ୟକ୍ତିଙ୍କ କାଜୁ ଖାଇବା ଶରୀର ପ୍ରତି ହାନିକାରକ।
-ମାଇଗ୍ରେନ ବା ମୁଣ୍ଡବିନ୍ଧା ଥିବା ବ୍ୟକ୍ତି ଭୁଲରେ ମଧ୍ୟ କାଜୁ ଖାଇବା ଉଚିତ୍ ନୁହଁ। ଏଥିରେ ରହିଥିବା ଏମିନୋ ଏସିଡ଼ ମୁଣ୍ଡ ବିନ୍ଧା ବଢ଼ାଇଥାଏ।
-ଯେଉଁ ବ୍ୟକ୍ତିଙ୍କର ଗ୍ଲଲବାଡ଼ର ଷ୍ଟୋନ ବା ଅନ୍ୟନ୍ୟ କୌଣସି ପ୍ରକାରର ଷ୍ଟୋନ ଅସୁବିଧା ରହିଥାଏ। ତେବେ ଭୁଲରେ ମଧ୍ୟ କାଜୁ ଖାଇବା ଉଚିତ୍ ନୁହଁ। ଏହା ଦ୍ବାରା ରୋଗ ବଢ଼ିବାର ସମ୍ବାଭନା ରହିଥାଏ।
-ମୋଟାପଣର ଶିକାର ହୋଇଥିବା ବ୍ୟକ୍ତି କାଜୁ ଖାଇବା ଉଚିତ୍ ନୁହଁ। କାରଣ ୩୦ଗ୍ରାମ କାଜୁରେ ୧୬୩ କ୍ୟାଲୋରୀ ଏବଂ ୧୩.୧ ଫ୍ୟାଟ୍ ରହିଥାଏ। ଏଣୁ ଏହାର ଅଧିକ ସେବନ ଓଜନ ବଢ଼ାଇପାରେ।
-ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତିଙ୍କୁ କାଜୁ ଖାଇବା ଉଚିତ୍ ନୁହଁ। କାରଣ ଏଥିରେ ଥିବା ସୋଡ଼ିୟମ୍ ରକ୍ତଚାପକୁ ବଢ଼ାଇଥାଏ।

Share

Leave a Reply

Your email address will not be published. Required fields are marked *

1 + 17 =