Health

ଥଣ୍ଡାରେ ନାକ ବନ୍ଦ ହୋଇଯାଉଛି କି ? ସରଳ ଉପାୟ ପଢନ୍ତୁ…

ଯଦି ଆପଣଙ୍କୁ ଥଣ୍ଡା ହୋଇଯାଇଛି ତେବେ ଏହାର ପ୍ରଭାବ ସର୍ବପ୍ରଥମେ ନାକ ଉପରେ ପଡିଥାଏ । ଥଣ୍ଡା ହେବା କାରଣରୁ ଆପଣଙ୍କ ନାକ ବନ୍ଦ ହୋଇଯାଏ। ଯେଉଁ କାରଣରୁ ଆପଣଙ୍କୁ ନିଶ୍ବାସ ନେଲାବେଳେ ସମସ୍ୟା ହୋଇଥାଏ ଏବଂ ଯନ୍ତ୍ରଣା ଅନୁଭବ ହୋଇଥାଏ। କେତେକ ଥର ଏହି କାରଣରୁ ଅଣନିଶ୍ବାସି ମଧ୍ୟ ଲାଗିଥାଏ। ଥଣ୍ଡା ହେବା କାରଣରୁ ଅନେକ ଲୋକ ନିଜେ ନିଜେ ଚିକିତ୍ସା ଆରମ୍ଭ କରିଦିଅନ୍ତି। କିନ୍ତୁ ନିଜ ମନରୁ ମେଡିସିନ ଖାଇବା ଉଚିତ ନୁହେଁ। ଥଣ୍ଡା ସମୟରେ ପ୍ରାକୃତିକ ଉପଚାର ବହୁତ ଅଧିକ ପ୍ରଭାବଶାଳୀ ହୋଇଥାଏ।
ଯଦି ଆପଣଙ୍କୁ ଖଟା ଖାଇବା ପସନ୍ଦ ଥାଏ। ତେବେ ଖଟାଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଆପଣଙ୍କ ନାକ ଶୀଘ୍ର ଖୋଲି ଯାଇଥାଏ। ଗରମ-ଗରମ ଟମାଟୋ ସୁପ୍ ପ୍ରସ୍ତୁତ କରି ପିଇବା ଦ୍ବାରା ନାକ ଯନ୍ତ୍ରଣାରୁ ଆରାମ ମିଳିଥାଏ। ଟମାଟୋ ସୁପରେ ରଷୁଣ, ଲେମ୍ବୁ ରସ ଏବଂ ଲୁଣ ମିଶାଇ ପିଇବା ଦ୍ବାରା ନାକ ବନ୍ଦ ହେବାରୁ ମୁକ୍ତି ମିଳିଥାଏ। ଏହାଛଡା କଞ୍ଚା ପିଆଜକୁ ଖାଇବା ଦ୍ବାରା ମଧ୍ୟ ନାକ ଖୋଲି ଯାଇଥାଏ।
ଯଦି ଥଣ୍ଡା କାରଣରୁ ନାକ ବନ୍ଦ ହୋଇଯାଏ ତେବେ ନଡିଆ ତେଲକୁ ଆଙ୍ଗୁଳିରେ ଲଗାଇ ନାକ ଭିତର ପର୍ୟ୍ୟନ୍ତ ଲଗାନ୍ତୁ ଏହା ପରେ ଗଭରୀ ନିଶ୍ବାସ ନିଅନ୍ତୁ। କିଛି ସମୟ ପରେ ଆପଣଙ୍କ ନାକ ଖୁଲିଯିବ। ଡ୍ରପର ସାହାଯ୍ୟରେ ମଧ୍ୟ ଆପଣ ନଡିଆ ତେଲର କିଛି ବୁନ୍ଦାକୁ ନେଇ ନାକରେ ପକାଇ ପାରିବେ।
ସାମାନ୍ୟ ଉଷୁମ ପାଣି ତିଆରି କରି ତାହାର କିଛି ବୁନ୍ଦା ନେଇ ନାକରେ ପକାଇବା ଦ୍ବାରା ଆରାମ ମିଳିଥାଏ। ଡ୍ରପର ସାହାଯ୍ୟରେ ଉଷୁମ ପାଣିର କିଛି ବୁନ୍ଦା ନେଇ ମୁଣ୍ଡକୁ ପଛଆଡକୁ କରି ଦୁଇ-ତିନି ବୁନ୍ଦା ନାକରେ ପକାନ୍ତୁ। ଏହାପରେ ମୁଣ୍ଡକୁ ଆଗକୁ କରି ପାଣି ବାହାର କରିଦିଅନ୍ତୁ।

Share

Leave a Reply

Your email address will not be published. Required fields are marked *

14 + 1 =