ତ୍ୱଚା ପାଇଁ ଉପକାରୀ ଅମୃତଭଣ୍ଡା, ବ୍ୟବହାର ଜାଣନ୍ତୁ…

ଆପଣଙ୍କୁ ଅମୃତଭଣ୍ଡା ଖାଇବାକୁ ଭଲ ଲାଗୁନଥାଇପାରେ କିନ୍ତୁ କଣ ଆପଣ ଜାଣନ୍ତି ଏହାର ବ୍ୟବହାର ଚେହେରାର ସୌନ୍ଦର୍ୟ୍ୟ ବଢିବା ପାଇଁ କେତେ ଉପକାରୀ । ଅମୃତଭଣ୍ଡାର ଚୋପା ତଳେ ଏକ ଏନଜାଇମ୍ ମିଳିଥାଏ ଯାହାକୁ ପପେନ୍ ନାମରେ ଜଣାଯାଏ । ପପେନ୍ ଆପଣଙ୍କ ତ୍ବଚାର ମୃତ କୋଷିକା ଗୁଡିକୁ କାଢିବାରେ ଏବଂ ତ୍ବଚାର ଟ୍ୟାନ୍ କୁ ସୁଧାରିବାରେ ସକ୍ଷମ ହୋଇଥାଏ । ଅମୃତଭଣ୍ଡାରେ ନା କେବଳ ପପେନ୍ ଥାଏ, ଏହାଛଡା ଭିଟାମିନ୍ ଏ, ସି, ଇ ପ୍ରଚୁର ମାତ୍ରାରେ ରହିଥାଏ । ଅମୃତଭଣ୍ଡାରେ ମ୍ୟାଗ୍ନେସିୟମ୍, ପୋଟାସିୟମ୍ ଆଉ ଫୋଲିକ୍ ର ମଧ୍ୟ ସ୍ରୋତ ରହିଛି ।
ଗୋଟେ କପ୍ ଅମୃତଭଣ୍ଡା ମିକ୍ସଚରରେ ଏକ ଚାମଚ୍ ମହୁ ମିଶାଇକି ଫେଣ୍ଟି ଦିଅନ୍ତୁ । ଏହାପରେ ଏହି ପେଷ୍ଟକୁ ତ୍ବଚାରେ ଲଗାଇଦିଅନ୍ତୁ ଏବଂ ୩୦ ମିନିଟ୍ ପରେ ଧୋଇଦିଅନ୍ତୁ । ଦେଖିବେ କିପରି ଆପଣଙ୍କ ତ୍ବଚାରେ ଚମକ ଆସିଯିବ ।
ଯଦି ଆପଣ ତ୍ବଚା ଖରାରେ ବାହାରକୁ ବାହାରିବା ଫଳରେ କଳା ପଡିଯାଇଛି ତେବେ ଚିନ୍ତା କରିବା ଦରକାର ନାହିଁ । ଏଥିପାଇଁ ଅମୃତଭଣ୍ଡା ଆପଣଙ୍କ ପାଇଁ ବରଦାନ ସ୍ବରୂପ କାମ କରିଥାଏ । ଅମୃତଭଣ୍ଡାକୁ ଛେଚିକି ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏଥିରେ ଚିମୁଟାଏ ହଳଦୀ ,ଏକ ଚାମଚ ଗୋଲାପ ଜଳ ଏବଂ ଗୋଟିଏ କପ୍ ର ଏକ ଚତୁର୍ଥାଅଂଶ ଦହି ମିଶାକି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାପରେ ତ୍ବଚାର ଯେଉଁସ୍ଥାନରେ କଳା ପଡିଯାଇଛି ସେହି ସ୍ଥାନରେ ଲଗାନ୍ତୁ । ୧୫ ମିନିଟ୍ ପରେ ଥଣ୍ଡା ପାଣିରେ ଏହା ଧୋଇଦିଅନ୍ତୁ । ଏହା କରିବା ଦ୍ବାରା ଆପଣଙ୍କ ତ୍ବଚା ପାଇଁ ବହୁତ ଲାଭଦାୟକ ସାବ୍ୟସ୍ତ ହେବ ।
ଯଦି ଆପଣଙ୍କ ଆଖିରେ ଡାର୍କ ସରକଲ୍ ବା କଳା ଦାଗ ପଡିଯାଇଛି ତେବେ ଆପଣ ଏହାର ଘରୋଇ ଉପାୟରେ ଏକ ଭଲ ଚକିତ୍ସା କରିପାରିବେ । କଞ୍ଚା ଅମୃତଭଣ୍ଡା ସହିତ କାକୁଡିକୁ ମିଶାଇକି ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାପରେ ଏହି ପେଷ୍ଟକୁ ଡାର୍କ ସରକଲ୍ ଉପରେ ଲଗାଦିଅନ୍ତୁ । ଲଗାଇବାର ୧୦ ମିନିଟ୍ ପରେ ଆଙ୍ଗୁଳି ଦ୍ବାରା ଆସ୍ତେ ଆସ୍ତେ ଘଷିକି ଛଡାନ୍ତୁ । ଏହାପରେ ଉଷୁମ ପାଣିରେ ଏହାକୁ ଭଲଭାବେ ଧୋଇଦିଅନ୍ତୁ । ଏହାକୁ ପ୍ରତିଦିନ କରିବା ଦ୍ବାରା ଦେଖିବେ କିଭଳି ଆପଣଙ୍କ ଆଖି ତଳେ ହୋଇଥିବା ଡାର୍କ ସରକଲ୍ ଗାୟବ ହୋଇଯିବ ।

Share

Leave a Reply

Your email address will not be published. Required fields are marked *

4 × three =