ଯୋଗ୍ୟତା ଅର୍ଜନ କଲେ ମୀରାବାଈ

ନୂଆଦିଲ୍ଲୀ: ଟୋକିସ ଅଲିମ୍ପିକ୍ସରେ ଭାଗ ନେବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି ଭାରତୀୟ ମହିଳା ଭାରୋତ୍ତୋଳନକାରୀ ମୀରାବାଈ ଚାନୁ। ୪୯ କେଜି ଓଜନ ବର୍ଗରେ ମୀରାବାଈ ଅଲିମ୍ପିକ୍ସ ନିମନ୍ତେ ଯୋଗ୍ୟତା ହାସଲ କରିଥିବା ଅନ୍ତର୍ଜାତୀୟ ଭାରୋତ୍ତୋଳନ ମହାସଂଘ ତରଫରୁ ଶୁକ୍ରବାର ଘୋଷଣା କରାଯାଇଛି। ୨୬ ବର୍ଷୀୟା ମଣିପୁରର ଏହି ମହିଳା ଭାରୋତ୍ତୋଳନକାରୀ ବିଶ୍ବ ମାନ୍ୟତା ଅନୁଯାୟୀ ଅଲିମ୍ପିକ୍ସ ନିମନ୍ତେ ଯୋଗ୍ୟତା ହାସଲ କରିଛନ୍ତି। ମହିଳା ୪୯ କେଜି ବିଭାଗରେ ମୀରାବାଈ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ନିୟମ ଅନୁଯାୟୀ ମହିଳା ଓ ପୁରୁଷ ଭାରୋତ୍ତୋଳନ ବିଭାଗର ବିଭିନ୍ନ ଓଜନବର୍ଗରେ ମାନ୍ୟତାର ଶୀର୍ଷ ୮ଟି ସ୍ଥାନରେ ରହିଥିବା ଭାରୋତ୍ତୋଳନକାରୀମାନେ ଅଲିମ୍ପିକ୍ସ ନିମନ୍ତେ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି। ୪୯ କେଜି ବିଭାଗରେ ଚୀନ୍ର ହୋୟୁ ଝିହୁଇ ଶୀର୍ଷ ସ୍ଥାନରେ ରହିଛନ୍ତି।

Share

Leave a Reply

Your email address will not be published. Required fields are marked *

three × one =