ଦେଢ଼ ମାସର ଭାଇର ଯତ୍ନ ନେଉଛି ୭ ବର୍ଷର ଭଉଣୀ

ବାଲେଶ୍ୱର: ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ନିମାତପୁର ଗ୍ରାମର ଏହି ହୃଦୟ ବିଦାରକ କାହାଣୀ ସମସ୍ତଙ୍କୁ ଭାବବିହ୍ବଳ କରିବାକୁ ବାଧ୍ୟ କରୁଛି । ମାତ୍ର କ୍ଷଣକ ମଧ୍ୟରେ ଉଜୁଡି ଗଲା ସୁନାର ସଂସାର । ମହାମାରୀ କରୋନାର କରାଳ ରୂପ ଭଜାଡ଼ି ଦେଉଛି ସୁନାର ସଂସାର, ଗାଁଠୁ ସହର ପର‌୍ୟ୍ୟନ୍ତ ସବୁଠି ଶୁଭୁଛି ଖାଲି ହାହାକାର ଶବ୍ଦ, ଏଭଳି ସମୟରେ ଡକାଡକି ହୋଇ ଆରପାରିକୁ ଚାଲିଗଲେ ସରକାରୀ ଡାକ୍ତରଖାନାର ଷ୍ଟାଫ ନର୍ସ ଭାବେ କାର‌୍ୟ୍ୟରତ ଥିବା ପତ୍ନୀ ସ୍ମିତା ପଣ୍ଡା( ୨୮ ) ଓ ରେଲୱେ କର୍ମଚାରୀ ସ୍ବାମୀ କମଳେଶ ପଣ୍ଡା( ୩୬ ), ବାପା – ମାଆ ଛେଉଣ୍ଡ ହୋଇଗଲେ ୭ ବର୍ଷର ଝିଅ ଏବଂ ଦେଢ଼ ମାସର ପୁଅ , ବାପା ମାଙ୍କ ମୃତ୍ୟୁ ପରେ ବଡ଼ ମା ଓ ବଡ଼ ବାପା ପାଖରେ ଲାଳନ ପାଳନ ହେଉଛନ୍ତି ଦୁଇ କଅଁଳ ଶିଶୁ ।

ନିମାତପୁର ଗାଁର ରାମନାରାୟଣ ପଣ୍ଡାଙ୍କ ସାନ ପୁଅ କମଳେଶ ପଣ୍ଡା । ଭୁବନେଶ୍ୱରରେ ଇଷ୍ଟକୋଷ୍ଟ ରେଲୱେର ସେଫ୍ଟି ଡିପାର୍ଟମେଣ୍ଟରେ କାମ କରୁଥିଲେ । ଆଉ ତାଙ୍କ ସ୍ତ୍ରୀ କଟକରେ ଷ୍ଟାଫ ନର୍ସ ଭାବେ କାର୍ଯ୍ୟ କରୁଥିଲେ । ଉଭୟ କରୋନା ଯୋଦ୍ଧା ଥିଲେ । ଉଭୟ କରୋନାରେ ଆକ୍ରାନ୍ତ ହୋଇଥିଲେ । ପୁଅକୁ ଜନ୍ମ ଦେବାର ୭ଦିନ ପରେ କମଳେଶଙ୍କ ପତ୍ନୀ ସ୍ମିତାଙ୍କ ମୃତ୍ୟୁ ହୋଇଥିଲା । ସେପଟେ କରୋନା ଟେଷ୍ଟ କରିବା ପରେ କମଳେଶ ମଧ୍ୟ ପଜିଟିଭ ଚିହ୍ନଟ ହୋଇଥିଲେ ।
ବଡ଼ ଭାଇଙ୍କ ପାଖରେ ପୁଅ ଝିଅଙ୍କୁ ଛାଡ଼ି ଆସିଥିଲେ କମଳେଶ । ଶେଷରେ ଦିନ କେଇଟାରେ ଜୀବନ ଯୁଦ୍ଧରେ ହାରି ଯାଇଥିଲେ ସେ । ଆଉ ବାପା ମା ଛେଇଁଣ୍ଡ ହୋଇଯାଇଛନ୍ତି ଦୁଇ ଶିଶୁ । ତେବେ ସାନ ଭାଇକୁ ଏହା ଅନୁଭବ ହେବାକୁ ଦେଇ ନାହାଁନ୍ତି ତାଙ୍କ ଝିଅ । ଭାଇର ସମସ୍ତ କଥା ବୁଝୁଛନ୍ତି ସେ । ସେପଟେ କମଳେଶଙ୍କ ବଡ଼ ଭାଇ ଓ ଭାଉଜ ମଧ୍ୟ ସେମାନଙ୍କ ଦୁଇ ଛୁଆଙ୍କ ଯତ୍ନ ନେଉଥିବା ଦେଖିବାକୁ ମିଳିଛି ।

Share

Leave a Reply

Your email address will not be published. Required fields are marked *

four × 4 =