ମେ ୨୪ରେ ଲଘୁଚାପରୁ ବାତ୍ୟାର ରୂପ ନେବ ‘ୟସ୍’

ଭୁବନେଶ୍ୱର: ଓଡ଼ିଶା ଆଡ଼କୁ ମାଡି ଆସୁଛି ବାତ୍ୟା ୟାସ୍ । ଏନେଇ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଭାରତୀୟ ପାଣିପାଗ ବିଭାଗ ଏନେଇ ଟ୍ୱିଟ କରି ସୂଚନା ଦେଇଛି । ଆଜି ସକାଳେ ଏହା ଲଘୁଚାପର ରୂପ ନେଇଥିବା ସମୟରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ୨୩ ତାରିଖ ସକାଳ ସୁଦ୍ଧା ଏହା ଅବପାତର ରୂପ ନେବ । ସେହିପରି ୨୪ ତାରିଖରେ ଏହା ସାମୁଦ୍ରିକ ଝଡ ଅର୍ଥାତ ବାତ୍ୟାର ରୂପ ନେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।ସେହିଭଳି ଆସନ୍ତା ୨୫ରେ ଅତି ଭୀଷଣ ସାମୁଦ୍ରିକ ଝଡର ରୂପ ନେଇ ଓଡିଶା ଉପକୂଳ ଅତିକ୍ରମ କରିବ । ଏ ନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ମେ’ ୨୬ ତାରିଖ ସକାଳେ ଓଡିଶା-ପଶ୍ଚିମବଙ୍ଗ-ବାଂଲାଦେଶ ଦେଇ ଅତିକ୍ରମ କରିବ ବାତ୍ୟା । ଭେରି ସିଭିୟର୍‌ ସାଇକ୍ଲୋନିକ୍‌ ଷ୍ଟର୍ମ ରୂପ ନେଲେ ପବନର ବେଗ ୧୧୮ରୁ ୧୬୬ କିଲୋମିଟର ଯାଏ ରହିବ । ଭୟାନକ ରୂପ ନେବ ସମୁଦ୍ର । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ୨୬ ତାରିଖ ସନ୍ଧ୍ୟା ବେଳକୁ ଏହା ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡିଶା ଓ ବାଂଲାଦେଶ ଉପକୂଳ ଦେଇ ଆଗକୁ ବଢିବ । ତେବେ କେଉଁ ସ୍ଥାନରେ ବାତ୍ୟା ୟସ୍ ଲ୍ୟାଣ୍ଡଫଲ୍ କରିବ ସେନେଇ କୈାଣସି ସ୍ପଷ୍ଟ ସୂଚନା ଦେଇନାହିଁ ଆଇଏମଡି । 

୨୫ ତାରିଖ ସୁଦ୍ଧା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା ଓ ମୟୁରଭଂଜ ଆଦି ଜିଲ୍ଲା ଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

2 × four =