ଆରପାରିରେ ଯୁବ ସମାଜସେବୀ ସମ୍ବିତ ନନ୍ଦ

ଭୁବନେଶ୍ୱର: ଆରପାରିରେ ଯୁବ ନେତା ସମ୍ବିତ ନନ୍ଦ । ଆଜି କଟକସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ବେଳେ ତାଙ୍କର ଦେହାନ୍ତ ହୋଇଛି । ସୂଚନାନୁସାରେ, ଫୁସଫୁସ ସଂକ୍ରମଣର ଚିକିତ୍ସା ପାଇଁ ସମ୍ବିତଙ୍କୁ ଏପ୍ରିଲ ୨୮ ରେ କଟକ ସ୍ଥିତ ଅଶ୍ୱୀନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।ପୁଅର ସଂକଟାପନ୍ନ ଅବସ୍ଥା ନେଇ ସୂଚନା ଦେଇଥିଲେ ପୂର୍ବତନ ବିଧାୟକ ନବୀନ ନନ୍ଦ । ଟୁଇଟରରେ ଏକ ଟ୍ୱିଟ୍ ଜରିଆରେ ପୁଅର ଫଟୋ ସହ ମୁଖ୍ୟମନ୍ତ୍ରୀଙ୍କୁ ଅପିଲ କରିଥିଲେ ପୂର୍ବତନ ବିଧାୟକ । ଫୁସଫୁସରେ ସଂକ୍ରମଣ କାରଣରୁ ଏବଂ ଇସିଏମଓ ନଥିବାରୁ ତାଙ୍କ ପୁଅ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛି ବୋଲି ସେ ଲେଖିଥିଲେ ।

ସୂଚନା ଅନୁଯାୟୀ, ସମ୍ବିତ ନନ୍ଦ ଜଣେ କୃତୀ ଛାତ୍ର, ସଫଳ ଯୁବ ଉଦ୍ୟୋଗୀ ତଥା ପରୋପକାରୀ ମଣିଷ ଭାବେ ପରିଚିତ । ସେହିପରି ସୋସିଆଲ୍ ମିଡିଆରେ ସେ ସମ୍ପୂର୍ଣ୍ଣ ସକ୍ରିୟ ରହୁଥିଲେ ଏବଂ ତାଙ୍କର ହଜାର ହଜାର ବନ୍ଧୁ ଯୋଡ଼ି ହୋଇଥିଲେ । ତାଙ୍କ ଦେହାନ୍ତ ତାଙ୍କର ଶହଶହ ଶୁଭେଚ୍ଛୁ ଶୋକ ବ୍ୟକ୍ତ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

seven + three =