ଡ୍ରେନ ସଫା ନହେବାରୁ ଠିକାଦାରଙ୍କୁ ନାଳରେ ପକାଇଲେ ବିଧାୟକ

ମୁମ୍ବାଇ: ଶିବସେନା ବିଧାୟକ ଦିଲ୍ଲୀପ ଲାଣ୍ଡେଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଠିକରେ ନାଳ ସଫେଇ କାମ କରି ନଥିବା ଜଣେ ଠିକାଦାରକୁ ଆବର୍ଜନା ନଳ ଭିତରେ ଗାଧଉଥିବାର ଦେଖିବାକୁ ମିଳିଛି ।

ଏହି ଘଟଣା ଶନିବାର ଅପରାହ୍ନ ୪ ବେଳେ ଚାନ୍ଦିବାଲି ଅଞ୍ଚଳରେ ଘଟିଥିବା କୁହାଯାଇଛି । ସୂଚନା ମୁତାବକ ଚାନ୍ଦିବାଲୀ ଅଞ୍ଚଳରେ ନାଳ ଠିକରେ ସଫା ନହେବା କାରଣରୁ ଲୋକମାନଙ୍କ ଘରେ ନାଳ ପାଣି ପଶୁଥିବା ନେଇ ବାରମ୍ବାର ବିଧାୟକ ଦିଲ୍ଲୀପ ଲାଣ୍ଡିଙ୍କ ଠାରେ ଅଭିଯୋଗ କରୁଥିଲେ । ବାରମ୍ବାର ଅଭିଯୋଗ ପାଇବା ପରେ ବିଧାୟକ ମହୋଦୟ ଗତକାଲି ତାଙ୍କ ଅନୁଗତଙ୍କୁ ସାଙ୍ଗରେ ଧରି ଘଟଣା ସ୍ଥଳରେ ପହଂଚିଥିଲେ । ବିଧାୟକ ତାଙ୍କ କାର‌୍ୟ୍ୟକର୍ତ୍ତାଙ୍କ ସହ ସଫେଇ କରିବା ସହ ସେଠାରେ ସେ ଠିକାଦାରଙ୍କୁ ଡକାଇ ଥିଲେ । ଠିକାଦାରଙ୍କୁ କାମ କାହିଁକି ଠିକରେ ହୋଇନାହିଁ ବୋଲି ପଚାରିଥିଲେ । ହେଲେ ଠିକାଦାର ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ତାଙ୍କୁ ନାଳ ନିକଟରେ ବସାଇ ତାଙ୍କ ଉପରେ ନାଳରୁ ବାହାରିଥିବା ଅବର୍ଜନା କୁଢାଇ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

seven + 6 =