ବାଦ ପଡିଲେ ସୁବାଷ : ଲୋକସଭା ପ୍ରାର୍ଥୀ ହେଲେ ସୁରେଶ, ବସନ୍ତ ଓ ନିତେଶ

ଭୁବନେଶ୍ୱର () ପ୍ରାର୍ଥୀ ତାଲିକାକୁ ନେଇ ବାଦ ବିବାଦ ମଧ୍ୟରେ ବିଜେପି ଆଜି ମଧ୍ୟରାତ୍ରୀରେ ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଦ୍ଵିତୀୟ ପର୍ଯ୍ୟାୟରେ 5ଟି ଲୋକସଭା ଓ 22ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ବରଗଡ଼ ଲୋକସଭାରୁ ସୁରେଶ ପୂଜାରୀ, ସମ୍ବଲପୁରରୁ ନିତେଶ ଗଙ୍ଗଦେଓ, କଳାହାଣ୍ଡିରୁ ବସନ୍ତ କୁମାର ପଣ୍ଡା, ପୁରୀରୁ ସମ୍ବିତ ପାତ୍ର ଓ କୋରାପୁଟରୁ ଜୟରାମ ପାଙ୍ଗି ପ୍ରାର୍ଥୀ ହୋଇଛନ୍ତି । ବରଗଡ଼ ଲୋକସଭାରୁ ଗତ ନିର୍ବାଚନରେ ସୁବାଷ ଚୌହାନ ପ୍ରାର୍ଥୀ ହୋଇଥିଲେ । ଏଥର ତାଙ୍କୁ ପରିବର୍ତ୍ତନ କରାଯାଇଛି । ତାଙ୍କ ସ୍ଥାନରେ ସୁରେଶ ପୂଜାରୀ ପ୍ରାର୍ଥୀ ହୋଇଛନ୍ତି । ସେହିଭଳି ନୂଆପଡା ବିଧାୟକ ତଥା ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏଥର ବିଧାନସଭା ପାଇଁ ନଲଢ଼ି କଳାହାଣ୍ଡି ଲୋକସଭା ପ୍ରାର୍ଥୀ ହୋଇଛନ୍ତି । ଦେବଗଡ଼ ବିଧାୟକ ନିତେଶ ଗଙ୍ଗଦେବ ମଧ୍ୟ ବିଧାନସଭା ଛାଡି ଲୋକସଭା ଆସନ ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି ।

ସେହିଭଳି ଭଟଲି ବିଧାନସଭା ଆସନରୁ ଇରାଶିଷ ଆଚାର୍ଯ୍ୟ ପ୍ରାର୍ଥୀ ହୋଇଥିବା ବେଳେ ଦେବଗଡରୁ ସୁବାଷ ପାଣିଗ୍ରାହୀ, ବିରମିତ୍ରପୁରରୁ ରଘୁନାଥ ଜଗଦଲ, ସୋନପୁରରୁ ଅଶୋକ ପୂଜାରୀ, ବଲାଂଗୀରରୁ ଅନନ୍ତ ଦାସ, ନୂଆପଡ଼ାରୁ ହୋମିସିଂ ମାଝୀ, ଝରିଗାଁରୁ ପର୍ଶୁରାମ ମାଝୀ, ଡାବୁଗାଁରୁ ପଦ୍ମନ ନାୟକ, ଭବାନିପାଟଣାରୁ ପ୍ରଦୀପ ନାୟକ, ଦଶପଲ୍ଲାରୁ ପୂର୍ଣ୍ଣ ଚନ୍ଦ୍ର ନାୟକ, କବିସୂର୍ଯ୍ୟନଗରରୁ ରଞ୍ଜନ ପଲାଇ, ଛାତ୍ରପୁରରୁ ପ୍ରଶାନ୍ତ କର, ଆସିକାରୁ ଦେବରାଜ ମହାନ୍ତି, ସୋରଡାରୁ ନୀଳମଣି ବିଶୋଇ, ବ୍ରହ୍ମପୁରରୁ କାହ୍ନୁ ପତି, ଦିଗପହଣ୍ଡିରୁ ପିଙ୍କି ପ୍ରଧାନ, ମୋହନାରୁ ପ୍ରଶାନ୍ତ ମଲ୍ଲିକ, ଗୁଣୁପୁରରୁ ଶିଶିର ଗମାଙ୍ଗ, ରାୟଗଡାରୁ ବସନ୍ତ ଉଲ୍ଲାକା, ଜୟପୁରରୁ ଗୌତମ ସାମନ୍ତରାୟ, କୋରାପୁଟରୁ ତ୍ରିପୁରା ଗରଡ଼ା ଓ ଚିତ୍ରକୋଣ୍ଡାରୁ ପଡୁ ମାଝୀ ପାର୍ଥି ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଗତକାଲି ପ୍ରକାଶିତ ପ୍ରଥମ 100 ଜଣିଆ ପ୍ରାର୍ଥୀ ତାଲିକାରେ ଆସିକାରୁ ସରୋଜ ପାଢ଼ୀଙ୍କୁ ପ୍ରାର୍ଥୀ କରାଯାଇଥିଲା । କିନ୍ତୁ କିଛି ସମୟ ମଧ୍ୟରେ ପ୍ରକାଶିତ ସଂଶୋଧିତ ତାଲିକାରେ ସରୋଜ ପାଢ଼ୀ ବାଦ ପଡ଼ିଥିଲେ । ଆଜି ଏହି ଆସନରୁ ଦେବରାଜ ମହାନ୍ତି ପ୍ରାର୍ଥୀ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

8 − six =