‘ଦବଙ୍ଗ-୩’ରେ ମୌନି ରୟ

ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନ୍ ନିଜ ଫିଲ୍ମ ‘ଭାରତ୍’ର ସୁଟିଂ ପୂରା କରିସାରିଛନ୍ତି ଆଉ ଏବେ ସେ ‘ଦବଙ୍ଗ୍-୩’ର ସୁଟିଂ କରୁଛନ୍ତି। ଚଳିତ ବର୍ଷ, ୨୦୧୦ରେ ରିଲିଜ୍ ହୋଇଥିବା ସଲମାନ୍ଙ୍କ ଫିଲ୍ମ ଦବଙ୍ଗର ତୃତୀୟ ସଂସ୍କରଣ ପରଦାକୁ ଆସିବ। ‘ଦବଙ୍ଗ୍-୩’ର ନିର୍ଦ୍ଦେଶନା ଡ୍ୟାନ୍ସ ଆଇକନ୍ ପ୍ରଭୁଦେବା ଦେଇଥିବାବେଳେ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ସଲମାନ୍ଙ୍କ ଭାଇ ଅରବାଜ୍ ଖାନ୍। ସବୁଥର ପରି ଏଥର ମଧ୍ୟ ଫିଲ୍ମରେ ସଲମାନଙ୍କୁ ପୁଲିସ ଅଫିସର ଚୁଲ୍ବୁଲ୍ ପାଣ୍ଡେଙ୍କ ଭୂମିକାରେ ଦେଖିବାକୁ ମିଳିବ। ଫିଲ୍ମର ପୂର୍ବ ୨ଟି ଯାକ ସଂସ୍କରଣରେ ଗୋଟିଏ ଲେଖାଏଁ ଆଇଟମ୍ ନମ୍ବର ରହିଥିଲା।

‘ଦବଙ୍ଗ୍’ରେ ମଲାଇକା ଅରୋରା କରିଥିବା ଆଇଟମ୍ ନମ୍ବର’ ମୁନ୍ନି ବଦନାମ୍ ହୁଇ’ ଅନେକ ଲୋକପ୍ରିୟ ହୋଇଥିଲା। ଏହାପରେ ‘ଦବଙ୍ଗ୍-୨’ରେ ଆଇଟମ୍ ନମ୍ବର ‘ଫେବିକଲ୍’ରେ କରିନା କପୁର୍ ଖାନ୍ଙ୍କ ଜଲୱା ଦେଖିବାକୁ ମିଳିଥିଲା। ଏହି ଗୀତଟିକୁ ମଧ୍ୟ ଦର୍ଶକ ବେଶ୍ ପସନ୍ଦ କରିଥିଲେ। ଏବେ ସୂଚନା ମିଳୁଛି ଯେ ‘ଦବଙ୍ଗ୍-୩’ରେ ମଧ୍ୟ ଏହିଭଳି ଏକ ଆଇଟମ୍ ନମ୍ବର ରହିବ। ତେବେ ଏହି ଆଇଟମ୍ ନମ୍ବର୍ରେ କେଉଁ ଅଭିନେତ୍ରି ଡ୍ୟାନ୍ସ କରିବେ ତାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ସୂଚନା ଅନୁଯାୟୀ ଏଥିପାଇଁ ସନି ଲିଓନ୍ ଓ ମୌନି ରୟଙ୍କ ନାଁ ଉପରେ ବିଚାର କରାଯାଉଛି।

ଖବର ମୁତାବକ ଫିଲ୍ମର ନିର୍ଦ୍ଦେଶକ ପ୍ରଭୁଦେବା ଓ ପ୍ରୟୋଜକ ଅରବାଜ୍ ଖାନ୍ ଆଇଟମ୍ ନମ୍ବର୍ରେ ସନି ଲିଓନଙ୍କୁ କାଷ୍ଟ କରିବାକୁ ଚାହୁଁଥିବାବେଳେ, ସଲମାନ୍ଙ୍କ ମତ ଯେ ଏଥିପାଇଁ ମୌନି ରୟ ହିଁ ଠିକ୍ ରହିବେ। ସଲମାନ୍ ଓ ମୌନିଙ୍କ ମଧ୍ୟରେ ସମ୍ପର୍କ ବେଶ୍ ଭଲ ରହିଛି। ସଲମାନ୍ ହୋଷ୍ଟ କରୁଥିବା ରିୟାଲିଟି ଟିଭି ଶୋ’ ‘ବିଗ୍ବସ୍’ରେ ଅନେକ ଥର ମୌନିଙ୍କୁ ଦେଖିବାକୁ ମିଳିଛି।

Share

Leave a Reply

Your email address will not be published. Required fields are marked *

three × one =