ବିଜେପିରେ ବିଦ୍ରୋହ : ଭୁବନେଶ୍ୱରରୁ ଲକ୍ଷ୍ମୀପୁର ଭାୟା ଚଣ୍ଡିଖୋଲ

କୋରାପୁଟ () ବିଜେପି ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ନେଇ ଦେଖା ଦେଇଥିବା ବିଦ୍ରୋହ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛି । କୁମୁଡା ସାଉନ୍ତଙ୍କ ପ୍ରାର୍ଥୀତ୍ବକ ବିରୋଧ କରି କିଛି ଅସନ୍ତୁଷ୍ଟ ବିଜେପି କର୍ମୀ ଦଳୀୟ କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କରିଛନ୍ତି ।

ଦଳର ଶୀର୍ଷ ନେତାମାନେ ପକ୍ଷପାତିତା କରୁଥିବା ଅଭିଯୋଗ କରି ଆଶାୟୀ ବିପିନ କୁମାର ମଣ୍ଡିକାଙ୍କ ସମର୍ଥକମାନେ ଦଳୀୟ କାର୍ଯ୍ୟାଳୟ ମଧ୍ୟକୁ ପଶି ଭଙ୍ଗାରୁଜା କରିବା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ନାରାବାଜି କରିଥିଲେ ।

ଉତ୍ୟକ୍ତ ବିଜେପି କର୍ମୀମାନେ ଦଳୀୟ ପୋଷ୍ଟର ଓ ବ୍ୟାନରକୁ ଚିରି ଦେଇଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, କୁମୁଦା ଦଳର ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ରଙ୍କ ସହ ଘନିଷ୍ଠ ସମ୍ପର୍କ ଥିବାରୁ ତାଙ୍କୁ ଦଳୀୟ ଟିକେଟ ମିଳିଛି । ହେଲେ ନିର୍ବାଚନମଣ୍ଡଳୀରେ ଅନେକ ଜନକଲ୍ୟାଣକାରୀ ଯୋଜନା କରିଥିବା ମଣ୍ଡିକାଙ୍କ ଅଣଦେଖା କରାଗଲା ।

ଦଳର ଟିକେଟ ବଣ୍ଟାକୁ ନେଇ ଭୁବନେଶ୍ୱର, ଚଣ୍ଡିଖୋଲ, ଲକ୍ଷ୍ମୀପୁର ସବୁଠି ବିଦ୍ରୋହର ପ୍ରତିଧ୍ୱନି । ଚଣ୍ଡୀଖୋଲରେ ଅମର ନାୟକଙ୍କ ପ୍ରାର୍ଥୀତ୍ବକୁ ବିରୋଧ କରି ମୂଳ ବିଜେପି କର୍ମୀମାନେ ପ୍ରତିବାଦ ରାଲି କରିଥିଲେ । ଏଥିସହିତ ବରିଷ୍ଠ ନେତା ତଥା 5ଥର ବିଧାୟକ ଦୁର୍ଯ୍ୟୋଧନ ମାଝୀଙ୍କୁ ଦଳୀୟ ଟିକେଟ ନମିଳିବାରୁ ସେ ବିଜେପିରୁ ଇସ୍ତଫା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

3 × 2 =