ପାରାଦ୍ବୀପ ଜଗିବ ବିଜୁ ସମତାକ୍ରାନ୍ତି

ଭୁବନେଶ୍ବର () : ଶେଷରେ ବିଜେଡିରୁ ବହିଷ୍କୃତ ନେତା ଡାକ୍ତର ଦାମୋଦର ରାଉତ ତାଙ୍କର ନୂଆ ଦଳ ନାଁ ଘୋଷଣା କରିଛନ୍ତି । ସେ ମଧ୍ୟ ନିଜକୁ ବିଜୁଙ୍କ ଉତ୍ତାରାଧିକାରୀ ସୂତ୍ରରେ ଭୋଟରଙ୍କ ଆଗରେ ଉପସ୍ଥିତ କରିବେ । ଏଥିପାଇଁ ବିଜୁଙ୍କ ନାଁରେ ଦଳ ଗଠନ କରିଛନ୍ତି । ନାଁ ଦେଇଛନ୍ତି, ବିଜୁ ସମତକ୍ରାନ୍ତି ଦଳ । ପାରାଦ୍ବୀପରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ନାଁ ଘୋଷଣା କରିଛନ୍ତି । ତେବେ ତାଙ୍କ ସହ ଏହି ଦଳରେ ଆଉ କିଏ କିଏ ରହିବେ ସେନେଇ ସେ କୌଣସି ସୂଚନା ଦେଇନାହାଁନ୍ତି । ବରଂ ଭୁବନେଶ୍ବରରେ ଖୁବଶୀଘ୍ର ଏ ସଂପର୍କରେ ବିଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ସେ ହେଉଛନ୍ତି ପାରାଦ୍ବୀପର ଚୌକିଦାର । ପାରାଦ୍ବୀପରେ କାହାକୁ ପୂରାଇ ଦେବେନି ।

Share

Leave a Reply

Your email address will not be published. Required fields are marked *

twenty − 2 =