ପୁଣି ରାତି ଅଧିଆ ତାଲିକା, ଦ୍ଵିତୀୟ ପର୍ଯ୍ୟାୟରେ କଂଗ୍ରେସର 2 ଲୋକସଭା ଓ 54 ବିଧାନସଭା ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର () କଂଗ୍ରେସ ପକ୍ଷରୁ ଆଜି ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ବଲାଙ୍ଗୀର ଓ କୋରାପୁଟ ଲୋକସଭା ସହ 54ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ବଲାଂଗୀରରୁ ସମରେନ୍ଦ୍ର ମିଶ୍ର ଓ କୋରାପୁରରୁ ସପ୍ତଗିରି ଉଲାକା ପ୍ରାର୍ଥୀ ହୋଇଛନ୍ତି । ଓଡିଶା ସମେତ ଛତିଶଗଡ଼, ମହାରାଷ୍ଟ୍ର, ତାମିଲନାଡୁ, ଉତ୍ତର ପ୍ରଦେଶର 35ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି ।

ଓଡ଼ିଶାର ବିଜେପୁର ବିଧାନସଭା ଆସନରୁ ରିପୁନାଥ ସେଠ, ଭଟଲିରୁ ସରୋଜ ମହାପାତ୍ର, ଝରସୁଗୁଡ଼ାରୁ ମହେନ୍ଦ୍ର ନାୟକ, ତଲସରାରୁ ଡାକ୍ତର ପ୍ରଫୁଲ୍ଲ ମାଝୀ, ସୁନ୍ଦରଗଡ଼ରୁ ଅମିତା ବିଶ୍ୱାଳ, ରଘୁନାଥପଲ୍ଲୀରୁ ପ୍ରଶାନ୍ତ ସେଠି, ରାଉଲକେଲାରୁ ମୁକ୍ତିକାନ୍ତ ବିଶ୍ୱାଳ, କୁଚିଣ୍ଡାରୁ ଶୋଭରାମ ପ୍ରଧାନ, ରେଙ୍ଗାଲିରୁ ବାଳ କୃଷ୍ଣ ରୋହିଦାସ, ସମ୍ବଲପୁରରୁ ଅଶ୍ୱିନୀ କୁମାର ଗୁରୁ, ରେଢ଼ାଖୋଲରୁ ଅସଫ ଅଲ୍ଲୀ ଖାନ, ଦେବଗଡରୁ ଉମାଶଙ୍କର ସାହୁ, ଆନନ୍ଦପୁରରୁ ଜୟଦେବ ଜେନା, କେନ୍ଦୁଝରରୁ ବିଦ୍ୟାଧର ଦେହୁରୀ, ଚମ୍ପୁଆରୁ ଯଦୁମଣି ବାରିକ, କରଞ୍ଜିଆରୁ ସୁଦାମ ଚରଣ ନାୟକ, ଜଲେଶ୍ବରରୁ ସୁଦର୍ଶନ ଦାସ, ନିଲାଗିରିରୁ ମନୋଜମଞ୍ଜରୀ ଦେବୀ, କୋରେଇରୁ ବନ୍ଦିତା ପରିଡା, ଢେଙ୍କାନାଳରୁ ନବୀନ ନନ୍ଦ, ପଲଲହଡାରୁ ସୁବ୍ରତ ଗଡନାଏକ, ତାଳଚେରରୁ ସୁରେଶ ଚନ୍ଦ୍ର ବେହେରା, ଅନୁଗୁଳରୁ ବିପ୍ଳବ ଜେନା, ଛେଣ୍ଡିପଦାରୁ ସସ୍ମିତା ବେହେରା, ଆଠମଲ୍ଲିକରୁ ବିଜୟାନନ୍ଦ ଛୋଲିୟା, ସୋନପୁରରୁ ଚିତ୍ତରଞ୍ଜନ ମିଶ୍ର, ଲୋଇସିଙ୍ଗାରୁ ନବ କିଶୋର ନାୟକ, ଟିଟିଲାଗଡ଼ରୁ ସୁରେନ୍ଦ୍ର ସିଂହ ଭୋଇ, କଣ୍ଟାବାଞ୍ଝିରୁ ସନ୍ତୋଷ ସିଂହ ସାଲୁଜା, ଉମରକୋଟରୁ ଯଶୋଦା ରାଣୀ ଗଣ୍ଡ ଓ ଜୁନାଗଡ଼ରୁ ଅନିଲ ସିଂହ ଦେଓ ପ୍ରାର୍ଥୀ ହୋଇଛନ୍ତି ।

ସେହିଭଳି ଭାବଣିପାଟଣାରୁ ସାଗର ଚରଣ ଦାସ, ନର୍ଲାରୁ ଚିତ୍ତରଞ୍ଜନ ମଣ୍ଡଳ, ବାଙ୍କୀରୁ ଦେବାଶିଷ ପଟନାୟକ, ଆଠଗଡ଼ରୁ ଉମା ବଲ୍ଲଭ ରଥ, ବାରବାଟୀ କଟକରୁ ମହମ୍ମଦ ମୁକିମ, କଟକ ସଦରରୁ ରତ୍ନାକର ବେହେରା, କେନ୍ଦ୍ରାପଡ଼ାରୁ ଗଣେଶ୍ୱର ବେହେରା, ଆଳିରୁ ଦେବେନ୍ଦ୍ର ଶର୍ମା, ରାଜନଗରରୁ ଅଂଶୁମାନ ମହାନ୍ତି, ଜଗତସିଂହପୁରରୁ ଚିରଞ୍ଜିବି ବିଶ୍ୱାଳ, କାକଟପୁରରୁ ବିଶ୍ୱ ଭୂଷଣ ଦାସ, ବ୍ରହ୍ମଗିରିରୁ ଉମାକାନ୍ତ ବରାଳ, ସତ୍ୟବାଦୀରୁ ପ୍ରସାଦ ହରିଚନ୍ଦନ, ଏକାମ୍ର ଭୁବନେଶ୍ୱରରୁ ରଶ୍ମିରେଖା ମହାପାତ୍ର, ଜଟଣୀରୁ ସୁରେଶ କୁମାର ରାଉତରାୟ, ରଣପୁରରୁ ଶୁଭଶ୍ରୀ ପଣ୍ଡା, ଖଲ୍ଲିକୋଟରୁ ଭୋକଳି ସେଠୀ, ସୋରଡାରୁ ସଂଗ୍ରାମ ମହାନ୍ତି, ଦିଗପହଣ୍ଡିରୁ ପ୍ରଫୁଲ୍ଲ ପଣ୍ଡାଙ୍କୁ ପ୍ରାର୍ଥୀ କରାଯାଇଛି । ପୂର୍ବରୁ ଏହି ଆସନରୁ ବିସ୍ମୟ ମହାପାତ୍ରଙ୍କୁ ପ୍ରାର୍ଥୀ କରାଯାଇଥିଲା । ପରଳାଖେମୁଣ୍ଡିରୁ କେ.ସୂର୍ଯ୍ୟ ରାଓ, ରାୟଗଡାରୁ ଆପ୍ପାଲଶ୍ଵାମି କାଡ୍ରାକା ଲକ୍ଷ୍ମୀପୁରରୁ କୈଳାଶ କୁଲେସିକା ଓ କୋଟପାଡ଼ରୁ ଚନ୍ଦ୍ରଶେଖର ମାଝୀ ପ୍ରାର୍ଥୀ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

eight − 1 =