ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ହେଲେ ସାରା କରିବେ ରେକର୍ଡ … କେମିତି ଜାଣନ୍ତୁ

ଭୁବନେଶ୍ୱର () ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ବିବାଦ ତୁଟୁନି । ସଚିନ ପାଇଲଟ ଓ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଅଶୋକ ଗେଲହଟଙ୍କ ମଧ୍ୟରେ ଚାଲୁଛି ପ୍ରତିଯୋଗିତା । ତେବେ ରାହୁଲ ଗାନ୍ଧୀ ଯଦି ସଚିନଙ୍କ ଉପରେ ଆସ୍ଥା ପ୍ରକଟ କରନ୍ତି ତେବେ ତାଙ୍କ ପତ୍ନୀ ସାରା ପାଇଲଟ ନୂଆ ରେକର୍ଡର ଅଧିକାରୀ ହେବେ ।

ଦେଶର ସେ ଏକମାତ୍ର ମହିଳା ହେବେ ଯାହାଙ୍କ ସ୍ୱାମୀ ମୁଖ୍ୟମନ୍ତ୍ରୀ, ବାପା ମୁଖ୍ୟମନ୍ତ୍ରୀ, ଭାଇ ମୁଖ୍ୟମନ୍ତ୍ରୀ ଓ ଦାଦା ବି ମୁଖ୍ୟମନ୍ତ୍ରୀ ରହିଛନ୍ତି । ସାରାଙ୍କ ବାପା ଫରୁକ ଅବ୍ଦୁଲ୍ଲହା, ଭାଇ ଉମର ଅବ୍ଦୁଲ୍ଲହା, ଦାଦା ଶେଖ ଅବ୍ଦୁଲ୍ଲହା ଓ ପିଇସା ଗୁଲାମ ମହମ୍ମଦ ଶାହା ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ରହିଛନ୍ତି ।

2004ରେ ସାରା ସଚିନଙ୍କୁ ବିବାହ କରିଥିଲେ । ବିଦେଶରେ ପାଠ ପଢ଼ୁଥିବା ସମୟରେ ଉଭୟ ପ୍ରେମ ବିବାହ କରିଥିଲେ । ସେ ସମୟରେ ସାରାଙ୍କ ବାପା ଫରୁକ ଅବ୍ଦୁଲ୍ଲହା ବିରୋଧ କରିଥିଲେ । କିନ୍ତୁ ସାରା ପ୍ରେମରେ ନିଜ ବାପାଙ୍କ କଥା ଶୁଣିନଥିଲେ ।

Share

Leave a Reply

Your email address will not be published. Required fields are marked *

fifteen + 5 =