ପଞ୍ଚାୟତ ନିର୍ବାଚନ ପାଇଁ ବସିଥିବା ସର୍ବଦଳୀୟ ବୈଠକରେ ଏମିତି ହେଲା ଆଲୋଚନା

ଭୁବନେଶ୍ୱର: ଆଗାମୀ ପଂଚାୟତ ନିର୍ବାଚନ ପରିଚାଳନା ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ଡକାଯାଇଥିବା ସର୍ବଦଳୀୟ ବୈକରେ ୪ଟି ପ୍ରସ୍ତାବ ରଖାଯାଇଛି । ମଦମୁକ୍ତ ନିର୍ବାଚନ ପାଇଁ ଭୋଟ୍‌ର ୭ ଦିନ ପୂର୍ବରୁ ମଦ ବନ୍ଦ କରିବାକୁ ପ୍ରସ୍ତାବ ଦିଆଯାଇଛି । ଭୋଟର ତାଲିକା ତ୍ରୁଟିଶୂନ୍ୟ କରିବାକୁ ମଧ୍ୟ ପ୍ରସ୍ତାବ ଆସିଛି । ଭୋଟଦାନ ଅବଧି ଆଉ ଦୁଇ ଘଣ୍ଟା ବଢାଇବାକୁ ମଧ୍ୟ ବୈଠକରେ ପ୍ରସ୍ତାବ ରଖିଛନ୍ତି ରାଜନୈତିକ ଦଳ । ସରପଞ୍ଚ ଓ ସମିତି ସଭ୍ୟଙ୍କ ନିର୍ବାଚନୀ ଖର୍ଚ୍ଚ ସୀମା ୨ ଲକ୍ଷ କରିବାକୁ ମଧ୍ୟ ବୈଠକରେ ଦାବି କରାଯାଇଛି । ପୂର୍ବରୁ ୮୦ ହଜାର ଥିଲା ଖର୍ଚ୍ଚ ସୀମା । ଏହାଛଡା ଜିଲ୍ଲା ପରିଷଦ ସଭ୍ୟଙ୍କ ଖର୍ଚ୍ଚ ସୀମା ୨ ଲକ୍ଷରୁ ୫ ଲକ୍ଷ କରିବାକୁ ବୈଠକରେ ଦାବି ହୋଇଛି ।

Share

Leave a Reply

Your email address will not be published. Required fields are marked *

eighteen + 16 =