ସାଂସଦ ଅପରାଜିତାଙ୍କ ଅଫିଲ ସିଲ

ଭୁବନେଶ୍ୱ()  ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟକୁ ସିଲ୍‌ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସାଂସଦଙ୍କ ପଳାସପଲ୍ଲୀ ସ୍ଥିତ କାର୍ଯ୍ୟାଳୟକୁ ସିଲ୍ କରାଯାଇଛି। କମିଶନରେଟ ପୋଲିସ ସହାୟତାରେ କାର୍ଯ୍ୟାଳୟ ସିଲ୍‌ କରିଛି। କାର୍ଯ୍ୟାଳୟରେ କୋଭିଡ୍ ନିୟମ ଉଲଂଘନ ଜନ୍ମଦିନ ପାଳନ କରିଥିଲେ ସାଂସଦ। ସାଂସଦ ଅପରାଜିତାଙ୍କ ନାଁରେ କୋଭିଡ୍‌ ଯୋଦ୍ଧା ଅଭିଯୋଗ ଆଣିଛନ୍ତି । ଏନେଇ କୋଭିଡ୍ ଯୋଦ୍ଧା ଲିଖିତ ଭାବେ ଭୁବନେଶ୍ୱର ଡିସିପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ମେଡିକାଲ ଷ୍ଟାଫ୍‌, ସଫେଇ କର୍ମଚାରୀ, ଆଶା କର୍ମୀ ଓ କୋଭିଡ୍‌ ସଚେତକମାନେ ଫେରାଦ ହୋଇଥିଲେ। ସାଂସଦଙ୍କ ବେପରୁଆ କାର୍ଯ୍ୟ ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାଇଛି। ସାଂସଦଙ୍କ ବିରୋଧରେ କ‌‌ଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସେପଟେ ଗତକାଲି ରାଜ୍ୟ ଗୃହମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାଏଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀଙ୍କୁ  ଚିଠି ଦ୍ବାରା  ଅଭିିିଯୋଗ କରିିଥିଲେ । ଚିଠିି ରେ ଦିବ୍ୟଶଙ୍କର ମିଶ୍ର ଦର୍ଶାଇଥିଲେ ଯେ, ଭୁବନେଶ୍ୱର ସାଂସଦ ବାରମ୍ବାର କୋଭିଡ୍ କଟକଣାକୁ ଉଲଙ୍ଘନ କରୁଥିବା ବେଳେ ଚେତାବନୀ ପରେ ମଧ୍ୟ ଆଚରଣରେ ପରିବର୍ତ୍ତନ କରିନାହାଁନ୍ତି । ଏହି ଅଭିଯୋଗ ସହ କେନ୍ଦ୍ରମନ୍ତ୍ରୀଙ୍କ ପାଖକୁ ଘଟଣାର ପ୍ରମାଣ ଲାଗି ଭିଡିଓ ମଧ୍ୟ ପଠାଇଥିଲେ  ଗୃହମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ।

Share

Leave a Reply

Your email address will not be published. Required fields are marked *

2 + 19 =