ନିୟମ ଉଲ୍ଲଂଘନ ପାଇଁ କ୍ଷମା ମାଗିଲେ ଉମାକାନ୍ତ

ଭୁବନେଶ୍ବର() କୋଭିଡ ଆଇନ ଉଲ୍ଲଂଘନ ମାମଲା ପ୍ରସଙ୍ଗରେ ସତ୍ୟବାଦୀ ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ କ୍ଷମା ମାଗିଛନ୍ତି ।

ସେ କହିଛନ୍ତି ଯେ, କରୋନା ସଂକ୍ରମିତ ଥାଇ ସ୍ୱର୍ଗଦ୍ୱାରରେ ପହଞ୍ଚିବା ଭୁଲ ଥିଲା । ପ୍ରଦୀପ ମହାରଥୀଙ୍କ ବିୟୋଗରେ ଭାବବିହ୍ୱଳ ହୋଇ ସ୍ୱର୍ଗଦ୍ୱାର ଯାଇଥିଲି । ସଂକ୍ରମିତ ଥାଇ ସ୍ୱର୍ଗଦ୍ୱାର ଯିବା ମୋ ପାଇଁ ସମ୍ପୂର୍ଣ୍ଣ ଭୁଲ ଥିଲା । ସରକାରଙ୍କ ଆଇନ ଉର୍ଦ୍ଧରେ କେହି ନୁହେଁ । ଆଇନତଃ ମୋ ପ୍ରତି ଯେଉଁ ପଦକ୍ଷେପ ନିଆଯିବ, ମୁଁ ମାନିବାକୁ ପ୍ରସ୍ତୁତ । ମୁଁ କରିଥିବା ଭୁଲ ପାଇଁ ସମସ୍ତଙ୍କ ପାଖରେ କ୍ଷମା ମାଗୁଛି ବୋଲି ବିଧାୟକ ଉମାକାନ୍ତ ସାମନ୍ତରାୟ କହିଛନ୍ତି ।

ଦିବଗଂତ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ ସତ୍ୟବାଦୀ ବିଧାୟକ । ତାଙ୍କର କରୋନା ପଜିଟିଭ୍ ଥିଲା, ନିୟମ ଅନୁସାରେ ସଙ୍ଗରୋଧରେ ରହିବା କଥା, ହେଲେ ଏହାକୁ ଉମା ସାମନ୍ତରାୟ ମାନିନଥିବା ଅଭିଯୋଗ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

14 − two =