ବିଜୁଙ୍କ ଠାରୁ ନବୀନଙ୍କ ପର୍ଯ୍ୟନ୍ତ, କଳାହାଣ୍ଡି ପାଇଁ ଭାବପ୍ରବଣ

କଳାହାଣ୍ଡି () ଏକଦା ଭୋଗର ଭୂଗୋଳ ବୋଲାଉଥିବା କଳାହାଣ୍ଡି ଆଜି ବିକାଶର ମଡେଲ । ଏହା ସମ୍ଭବ ହୋଇଛି ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଠାରୁ ନବୀନ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ କଳାହାଣ୍ଡି ପ୍ରତି ରହିଥିବା ଭାବାବେଗର ସମ୍ପର୍କ ପାଇଁ । କଳାହାଣ୍ଡିକୁ ବିଜୁ ବାବୁ ଭଲ ପାଉଥିଲେ । ତାଙ୍କର ସ୍ୱପ୍ନକୁ ସାକାର କରିବାକୁ ବ୍ରତ ଭାବେ ଗ୍ରହଣ କରିଛନ୍ତି ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକ।  

90 ଦଶକରେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ବିଜୁ ବାବୁ କଳାହାଣ୍ଡି ଗସ୍ତ କରିଥିଲେ । ସେ ସମୟରେ ବିରୋଧୀ ଦଳର ପ୍ରରୋଚନରେ ଜଣେ ଯୁବକ ତାଙ୍କ ଉପରକୁ ଢେଲା ମାରିଥିଲେ । ଏଥିରେ ବିଜୁ ବାବୁଙ୍କ ନାକରୁ ରକ୍ତ ବାହାରିଥିଲା । ପୋଲିସ ତୁରନ୍ତ ସମ୍ପୃକ୍ତ ଯୁବକକୁ ଗିରଫ କରିଥିଲେ । କିନ୍ତୁ କିଛି ସମୟ ପରେ ସେ ସମ୍ପୃକ୍ତ ଯୁବକକୁ ଡକାଇଥିଲେ । ପଚାରିଲେ ତୋର ମୁଁ କଣ କ୍ଷତି କରିଛି ଯେ ତୁ ମତେ ଢେଲା ମରିଲୁ । ଯୁବକ କହିଲେ କିଛି ନାହିଁ । ବିଜୁ ବାବୁ କିନ୍ତୁ ଯୁବକର ସାହାସକୁ ସାବସି ଦେଇଥିଲେ । କହିଲେ ଏ ସାହାସକୁ ଅନ୍ୟ କାର୍ଯ୍ୟରେ ବ୍ୟବହାର କର । ପୋଲିସକୁ ଯୁବକ ବିରୋଧରେ କୌଣସି ମାମଲା ନକରିବାକୁ ନିର୍ଦ୍ଦେଶ ଦେଇଥିଲେ । 

ଏହି ଘଟଣା ସମ୍ପର୍କରେ ନବୀନ ବାବୁ ବାପାଙ୍କୁ ପଚାରିଥିଲେ । ବିଜୁ ବାବୁ କହିଥିଲେ ବ୍ୟସ୍ତ ହେବାର ନାହିଁ । ମୋର ଯେତିକି ରକ୍ତ ବାହାରିଛି ତାର ଦଶ ଗୁଣ ପରିଶ୍ରମ କଳାହାଣ୍ଡି ପାଇଁ କରିବି । ତେଣୁ ବିଜୁ ବାବୁଙ୍କ ପରେ ତାଙ୍କ ସ୍ୱପ୍ନକୁ ସାକାର କରିବାକୁ ନବୀନ ନିଷ୍ପତି ନେଇଛନ୍ତି । 

ଖାସ ସେଥିପାଇଁ କଳାହାଣ୍ଡି ସମ୍ପର୍କିତ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପର ନାଟ୍ୟ ରୂପାନ୍ତରଣରେ ଜିଲ୍ଲାର ଗରିବୀ ତାଙ୍କୁ ଭାବପ୍ରବଣ କରିଦେଇଥିଲା । ଆଖିରେ ଆବେଗର ଚିତ୍ର ଆଙ୍କି ହୋଇଯାଇଥିଲା । ସେ ନିଜେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପର ପ୍ରଦର୍ଶନକୁ ପ୍ରଶଂସା କରିଥିଲେ । 

କଳାହାଣ୍ଡି ସହ ତାଙ୍କର ଭଲପାଇବାର ଆଉଗୋଟେ ନିଦର୍ଶନ ମଧ୍ୟ ଦେଖିବାକୁ ମିଳିଥିଲା । ତାହା ହେଉଛି କୋଭିଡ ସମୟରେ ସେ ସେଠାରେ ପହଂଚିବା । ସେ ଚାହିଁଥିଲେ ଭରଚୁଆଲ ରେ ସବୁ ପ୍ରକଳ୍ପର ଉଦଘାଟନ କରିପାରିଥାନ୍ତେ । କିନ୍ତୁ ବିଜୁ ବାବୁଙ୍କ ପରି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡିବାସୀଙ୍କ ପ୍ରତି ଥିବା ଭଲପାଇବା ତାଙ୍କୁ ସେଠାକୁ ଟାଣିନେଇଥିଲା । 

Share

Leave a Reply

Your email address will not be published. Required fields are marked *

five × two =