ଯେଉଁ ଲୋକମାନେ ମୋତେ ଭୋଟ୍ ଦେଇ ନାହାଁନ୍ତି, ସେମାନଙ୍କୁ ମୁଁ କନ୍ଦାଇବି କିଏ କହିଲେ ଜାଣନ୍ତୁ …

୧୫ ବର୍ଷ ପରେ କଂଗ୍ରେସ ମଧ୍ୟ ପ୍ରଦେଶରେ ସରକାର ଗଢ଼ିବାକୁ ଯାଉଛି । ଶିବରାଜ ସିଂହ ଚୌହାନ ସରକାରରେ ମନ୍ତ୍ରୀ ଥିବା ଅର୍ଚ୍ଚନା ଚିଟନୀସ ବୁରହାନପୁର ବିଧାନସଭା ହାରିଗଲେ । ଯାହାପରେ ସେ ଏକ ସାଧାରଣ ସଭାରେ ଏମିତି କଥା କହିଛନ୍ତି, ଯାହା ପ୍ରତ୍ୟେକଙ୍କୁ ଚକିତ କରିଦେଇଛି । ସେ ଏକ ସାଧାରଣ ସଭାରେ ଖୋଲାଖୋଲି ଭାବେ ଧମକ ଦେଉଥିବା ନଜର ଆସିଛନ୍ତି । ବୁରହାନପୁର ବିଧାନସଭା କ୍ଷେତ୍ରରେ ଅର୍ଚ୍ଚନା ନିର୍ଦ୍ଦଳୀୟ ପ୍ରାର୍ଥୀ ଠାକୁର ସୁରେନ୍ଦ୍ର ସିଂହଙ୍କ ଠାରୁ ୫୧୨୦ ଭୋଟରେ ହାରିଗଲେ ।
ହାରିବା ପରେ ଅର୍ଚ୍ଚନା ଚିଟନୀସର ଭିଡିଓ ବହୁତ ଭାଇରାଲ ହେଉଛି । ଭିଡିଓରେ ସେ ଏହା କହୁଥିବା ନଜର ଆସୁଛନ୍ତି- “ଯାହା କାମ ମୁଁ ଶାସନରେ ରହି କି କଲି, ସେମିତି ହିଁ ଭୂମିକା ମୁଁ ଶାସନ ବାହାରେ ରହି କି ବହୁତ ସୁନ୍ଦର ଭାବେ ନିର୍ବାହ କରିବି । ଯେଉଁ ଲୋକମାନେ ମୋତେ ଭୋଟ୍ ଦେଇଛନ୍ତି, ତାଙ୍କ ମୁଣ୍ଡ ନୁଆଁଇବାକୁ ଦେବିନି ଏବଂ ଯେଉଁ ଲୋକମାନେ ମୋତେ ଭୁଲରେ କିମ୍ବା କାହାର ଭୟରେ କିମ୍ବା ନିଜ ମନରୁ ମୋତେ ଭୋଟ୍ ଦେଇ ନାହାଁନ୍ତି ସେମାନଙ୍କୁ ମୁଁ କନ୍ଦାଇକି ନ ରହିଛି ତ ମୋ ନାଁ ଅର୍ଚ୍ଚନା ଚିଟନୀସ ନୁହେଁ ଓ ସେମାନେ ପଶ୍ଚାତାପ କରିବେ ।”

Share

Leave a Reply

Your email address will not be published. Required fields are marked *

sixteen + 5 =