ମାର୍କେଟ ନେଉଛି ‘ଆପଣ ମାନେ ଖୁସି ତ?’

ଭୁବନେଶ୍ବର () ଫେବୃଆରୀ ଶେଷ ସପ୍ତାହ କିମ୍ବା ମାର୍ଚ୍ଚ ପ୍ରଥମ ସପ୍ତାହରେ 2019 ସାଧାରଣ ନିର୍ବାଚନ ପାଇଁ ଜାରି ହେବ ଆଦର୍ଶ ଆଚରଣ ବିଧି । ଏଥିପାଇଁ ଉଭୟ ଲୋକସଭା ଓ ବିଧାନସଭା ପାଇଁ ଭୋଟର ବାଛିବେ ନେତା I ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଦଳ ମଧ୍ୟ ଆକ୍ଷେପ ଓ ପ୍ରତିଆକ୍ଷେପ ରାଜନୀତି ସେତେ ବଢ଼ିବାରେ ଲାଗିଛି I ବିଶେଷ କରି ରାଜ୍ୟର ୩ପ୍ରମୁଖ ରାଜନୈତିକ ଦଳ 20୧୯ ନିର୍ବାଚନ ପାଇଁ ଏବେ ମୁହାଁମୁହିଁ ସ୍ଥିତିରେ I ଆଉ ଏହାରି ଭିତରେ ଜନ୍ମ ନେଇଛି ତିନି ରାଜନୈତିକ ଦଳର ନିର୍ବାଚନୀ ସ୍ଲୋଗାନ I

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବେ ସରକାରୀ କାର୍ଯ୍ୟକ୍ରମ ହେଉ ଅବା ଦଳୀୟ କାର୍ଯ୍ୟକ୍ରମ, ସବୁଥିରେ ଓଡ଼ିଶାବାସୀଙ୍କୁ ଗୋଟିଏ କଥା କହୁଛନ୍ତି I ତାହା ହେଲା “ଆପଣମାନେ ଖୁସି ତ, ମୁଁ ବି ଖୁସି”! ନବୀନଙ୍କର ଏହି ଗୋଟିଏ ଧାଡି ବୁଢାବୁଢୀଙ୍କ ଠାରୁ ଆରମ୍ଭ କରି ଯୁବ ଭୋଟରଙ୍କ ମଧ୍ୟରେ ଉତ୍ସାହ ଓ ଉତ୍କଣ୍ଠା ସୃଷ୍ଟି କରିଛି । ରାସ୍ତା ଘାଟ ସବୁଠି ଏହି ସ୍ଲୋଗାନ ଚାଲିଛି ।

କଂଗ୍ରେସ ନବୀନଙ୍କ ଆପଣମାନେ ଖୁସିତ ସ୍ଲୋଗାନକୁ ଟକ୍କର ଦେଇ “ଉଭୟ ବିଜେପି ଓ ବିଜେଡି ଦୁର୍ନୀତି ଓ ଭ୍ରଷ୍ଟାଚାର ସରକାର” ସ୍ଲୋଗାନ ଦେଉଛି I ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି କଂଗ୍ରେସ ନେତାମାନେ ଯେଉଁଠି ସଭା ସମିତି କରୁଛନ୍ତି, ସେଠାରେ ୧୯ ବର୍ଷର ନବୀନ ସରକାର ଦୁର୍ନୀତି ଭ୍ରଷ୍ଟାଚାର ର ସରକାର ଏବଂ କେନ୍ଦ୍ରର ମୋଦି ସରକାର ବିରୋଧରେ ଚୌକିଦାର ଚୋର ହେ ନାରା ଦିଆଯାଉଛି I

ବିଜେପି ଉଭୟ କଂଗ୍ରେସ ଓ ବିଜେଡିର ସ୍ଲୋଗାନକୁ ଟକ୍କର ଦେବା ପାଇଁ ନବୀନଙ୍କ ବିରୁଦ୍ଧରେ ବିଜେପି ଦେଇଛି ନୂଆ ସ୍ଲୋଗାନ I କଥା କଥାକେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଆରମ୍ଭ କରି ବିଜେପି ନେତାମାନେ ନବୀନଙ୍କ ୧୯ ବର୍ଷର ସରକାର “ସ୍ଥାଣୁ ଅପାରଗ ସରକାର” ବୋଲି କହିଛନ୍ତି I

ତେବେ ବିଜେପି ଓ କଂଗ୍ରେସର ସ୍ଲୋଗାନ ଜନମାନସକୁ ଯେତିକି ଆକର୍ଷିତ କରୁନି, ନବୀନଙ୍କ ଆପଣ ଖୁସି ସ୍ଲୋଗାନ ସେତିକି ମାର୍କେଟ ନେଉଛି । ଚା ଖଟିରୁ ଆରମ୍ଭ କରି ସରକାରୀ ଦଫ୍ତର ପର୍ଯ୍ୟନ୍ତ ସବୁଠି ଚାଲିଛି … ଆପଣମାନେ ଖୁସି ତ!

Share

Leave a Reply

Your email address will not be published. Required fields are marked *

4 × 4 =